ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥ କୁଲାଡ ରୋଡ଼ ରେ ଥିବା ବହୁ ପୁରାତନ ମନ୍ଦିର ମାଁ କୟାଁ ବ୍ୟାଘ୍ରଦେଵୀ ଙ୍କ ନୂତନ ପ୍ରାସାଦ ପ୍ରତିଷ୍ଠା ଓ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ମହାଆଡମ୍ବର ପୂର୍ଣ୍ଣ ଉତ୍ସବ ସକାଶେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଭଞ୍ଜନଗର ବନ ବିଭାଗ ଡାକବଙ୍ଗଳା ରେ ଆଜି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମନ୍ଦିର ଭଞ୍ଜ ମାଟି ଭଞ୍ଜନଗର ର ଐତିହାସିକ ଠାକୁରାଣୀ ଯାତ୍ରା ସହିତ ଅଗାଂଗିଁ ଭାବେ ଜଡ଼ିତ।
ଅଦ୍ୟ ରବିବାର ଏପ୍ରିଲ୍ ମାସ ୨୭ ତାରିଖ ୨୦୨୫ ଦିନ ଭଞ୍ଜନଗର ସ୍ଥିତ ବନ ବିଭାଗ ଡାକବଙ୍ଗଳା ପରିସରରେ ମାଁ କୟାଁ ବ୍ୟାଘ୍ରଦେଵୀ ଙ୍କ ନୂତନ ପ୍ରାସାଦ ପ୍ରତିଷ୍ଠା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଉକ୍ତ ମନ୍ଦିର ର ପୁରାତନ କମିଟି ସଦସ୍ୟଙ୍କ ଦ୍ଵାରା ଆୟୋଜନ ହୋଇଥିଲା। ଏଥିରେ ଉକ୍ତ କମିଟିର କିଛି ସଦସ୍ୟ ଉପସ୍ଥିତ ଥିବା ସହିତ ୧୦୦ ରୁ ଅଧିକ ଜନସାଧାରଣ ଏଥିରେ ଉପସ୍ଥିତ ଥିବାର ଦେଖାଦେଇଛି। ଏହା ସହିତ ଅନେକ ବରିଷ୍ଠ ପୁରୋହିତ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଉପେନ୍ଦ୍ର ନାଥ ମିଶ୍ର, ସିମାଞ୍ଚଳ ତ୍ରିପାଠୀ, ସୁବାସ ଚନ୍ଦ୍ର ମିଶ୍ର ଅନ୍ୟତମ। ଉପସ୍ଥିତ ମାନ୍ୟଗଣ୍ୟ ଓ ବରିଷ୍ଠ ଜନସାଧାରଣ ଓ ପୁରାତନ କମିଟି ସଦସ୍ୟଙ୍କ ମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଏବଂ ସ୍ଥାନୀୟ ବିଧାୟକ ଙ୍କ ପ୍ରସ୍ଥାବ କ୍ରମେ ସମସ୍ତ ଗ୍ରାମଠୁ ସହରର ଜନସାଧାରଣ ଙ୍କ ସହଯୋଗରେ ଉକ୍ତ ଉତ୍ସବଟିକୁ ଭବ୍ୟ ଆଡମ୍ବର ଓ ବ୍ୟପକ ଭାବରେ ସମ୍ପର୍ଣ୍ଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ମନ୍ଦିର ପୁରାତନ କମିଟି ର ସଭାପତି ଗୋପାଳକୃଷ୍ଣ ପାଣିଗ୍ରାହୀ, ସମ୍ପାଦକ ଶ୍ରୀରାମ ପ୍ରସାଦ ପାଳ, ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ରାଘବ ଆଚାର୍ଯ୍ୟ, ମୁରଲୀଧର ପଣ୍ଡା, ପର୍ଶୁରାମ ନାୟକ , ବିଶ୍ଵନାଥ ପାତ୍ର, କଳ୍ପତରୁ ନାୟକ ଉପସ୍ଥିତ ଥିବା ସହିତ ସର୍ବ ସମ୍ନତି କ୍ରମେ ପ୍ରମୋଦ ଦଳବେହେରା ଓ ସୁବାସ ପ୍ରଧାନ ଙ୍କୁ ନୁତନ ସଦସ୍ୟ ଭାବେ ବର୍ତ୍ତମାନ ପାଇଁ କିଛି ଗୁରୁଦାୟିତ୍ଵ ପ୍ରଦାନ କରାଯାଇଛି। ସୁଚନା ଯୋଗ୍ୟ ଯେ, ମାଁ କୟାଁ ବ୍ୟାଘ୍ରଦେଵୀ ନୁତନ ମନ୍ଦିର ପ୍ରତିଷ୍ଠା ପରେ ପୁନଃ ନୂତନ ଭାବେ କମିଟି ଗଠନ କରାଯିବା ପାଇଁ ନିଷ୍ପତି ନିଆଯାଇଛି। ପୂର୍ବରୁ କିଛି ସ୍ଥାନୀୟ ଓ ବାହାର ବରିଷ୍ଠ ଜ୍ଞାନି ଗୁଣି ବିଦ୍ୱାନ ପୁରୋହିତ ମାନଙ୍କ ଭିତରେ ଆଲୋଚନା କରାଯାଇ ଉକ୍ତ ମନ୍ଦିର ପ୍ରତିଷ୍ଠା ର ଓ ଶୁଭ ସ୍ତମ୍ଭ ସ୍ଥାପନ ର ଶୁଭ ତିଥି ବାର ବେଳା ଲଗ୍ନ ଧାର୍ଯ୍ୟ କରାଯାଇଥିଲା।
ଉକ୍ତ ବିଷୟକୁ ଭିତ୍ତି କରି ଚଳିତ ବୈଶାଖ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଅର୍ଥାତ୍ ୨/୦୫/୨୦୨୫ ରିଖ ଶୁକ୍ରବାର ଦିନ ମାଁ କୟାଁ ବ୍ୟାଘ୍ରଦେଵୀ ଙ୍କ ନୂତନ ପ୍ରାସାଦ ପ୍ରତିଷ୍ଠା ର ଶୁଭ ସ୍ତମ୍ଭ ସ୍ଥାପନ ସମୟ ସକାଳ ୭:୪୪ ମିନିଟ୍ ଠାରୁ ଦିବା ୧୦ ଘଣ୍ଟା ୮ ମିନିଟ୍ ମଧ୍ୟରେ ହେବ। ସେହିପରି ୪/୦୬/୨୦୨୫ ରିଖ ଜ୍ୟେଷ୍ଠ ଶୁଳ୍କ ପକ୍ଷ ନବମୀ ତିଥି ବୁଧବାର ଦିନ ଶୁଭ ଅଙ୍କୁରାରୋପଣ ଠାରୁ ୯/୦୬/୨୦୨୫ ରିଖ ସୋମବାର ପୂର୍ଣ୍ଣାହୁତି ହେଵ । ଦୀର୍ଘ ଛଅ ଦିନ ଭବ୍ୟ ଓ ମହାଆଡମ୍ବର ପୂର୍ଣ୍ଣ କାର୍ଯ୍ୟକ୍ରମ ରେ ମନ୍ଦିର ନୂତନ ପ୍ରାସାଦ ପ୍ରତିଷ୍ଠା, ବିଗ୍ରହ ସ୍ଥାପନ, ପାର୍ଶ୍ଵ ଦେବତା ସ୍ଥାପନ, ନବଗ୍ରହ ସ୍ଥାପନ ସଙ୍ଗେ ସଙ୍ଗେ ୨୪ ପ୍ରହର ଅଖଣ୍ଡ ଶ୍ରୀରାମ କୃଷ୍ଣ ନାମ ଯଜ୍ଞ, ଘୃତ ଯଜ୍ଞ, ଅର୍ନ୍ନ ଯଜ୍ଞ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଜିର ବୈଠକରେ ସନ୍ତୋଷ ବରାଡ, ଶିବ ପ୍ରସାଦ ମହାପାତ୍ର, ସନ୍ତୋଷ ତିଆଡି, ଲଷ୍ମିନାରାୟଣ ପଣ୍ଡା, ଶିବନାୟକ, ଭବାନୀ ଶଙ୍କର ଦାସ, ରାମକୃଷ୍ଣ ପଣ୍ଡା, ଉଦୟନାଥ ପଣ୍ଡା, ବୁଜି ରାଓ, ଡି ଚେଲପତି ରାଓ, ଏବଂ ଖାଲାସିସାହି, ବାଗଦେବୀ ରୋଡ଼, ଭେଜିପୁଟ, ଏନ୍ ଏ ସି ରୋଡ଼ ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.