ମଦ ସୁନ୍ଦରୀ ମାଆ ସହ ଗିରଫ ହେଲା।

5

 ସାମ୍ବାଦିକଙ୍କୁ ଆକ୍ରମଣ ମହଙ୍ଗା ପଡ଼ିଲା ଲମ୍ବା ହାତ କାମ ଦେଲାନି।                   

କେନ୍ଦୁଝର,ତା୨୬/୪- ନିଜେ ୱାର୍ଡ ମେମ୍ବର ପୁଣି ସେ କିରାନା ଦୋକାନରେ ବିଦେଶୀ ମଦ ଚଢ଼ା ଦାମରେ ବିକେ ଗାଁ ପିଲେ ତେଣେ ମଦୁଆ ମାତାଲି ହୋଇ ମରନ୍ତୁ, ଏହି ହେଲା ଗାଁ ରାଜନୀତି। ହେଲେ ଏହାକୁ ଯେ ବିରୋଧ କଲା ସାମ୍ବାଦିକତା ନ୍ୟାୟରେ ଖବର ପ୍ରସାରଣ କଲା ସେ ଶତ୍ରୁ ହେଲା ମାଡ଼ ଖାଇଲା। ଏହିପରି ଘଟଣା ଘଟିଛି ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ା ଛକରେ। ଏରେଣ୍ଡେଇ ଗ୍ରାମରେ ମଦ ବିକ୍ରି କରି ଭାଇରାଲ୍ ଶିକାର ହୋଇଥିବା ମଦ ସୁନ୍ଦରୀ ନାମରେ କୁଖ୍ୟାତ ବିଦ୍ୟୁତ୍ ପ୍ରଭା ବେଜ୍ ଓ ତାର ମାଆ ମନୋରମା ବେଜକୁ ପାଟଣା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହି ଦୁଇ ମାଆ ଝିଅ କର୍ତ୍ତବ୍ୟରତ ସାମ୍ବାଦିକ ଦଶରଥ ବାରିକଙ୍କୁ କାଲି ସାଧୁପଡ଼ା ଛକରେ କାହିଁକି ମଦ ବିକ୍ରି ଖବର ପ୍ରସାରଣ କଲୁ କହି ନୃଶଂସ ଭାବେ ଆକ୍ରମଣ କରିଥିଲେ। ତେଣୁ ଦଶରଥ ବାରିକ ପାଟଣା ଥାନାରେ ୮୫/୨୦୨୫ ନଂ ମାମଲା ଦରଜ କରିଥିଲେ ଯାହାକୁ ଏଏସଆଇ ସରୋଜ କୁମାର ସେଠୀ ତଦନ୍ତ କରି ମାଆ ଝିଅଙ୍କୁ ଧରି ମାର ପିଟ୍ ଅଭିଯୋଗରେ ଗିରଫ କରିଥିଲେ। ଏହି ଗିରଫଦାରୀ ପରେ ପାଟଣା ସାମ୍ବାଦିକ ସଂଘ ଓ କେନ୍ଦୁଝର ଆଇଜେୟୁ ପକ୍ଷରୁ ପୋଲିସ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ଏଥି ସହ ଅବକାରୀ ବିଭାଗ ଏହି ମଦ ସୁନ୍ଦରୀ ନାମରେ ମାମଲା କରିବାକୁ ସେମାନେ କହିଛନ୍ତି।

Leave A Reply

Your email address will not be published.