
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୁବର୍ଣ୍ଣପୁର ଦ୍ୱାରା ଆୟୋଜିତ ଏହି ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ , ସମ୍ମାନିତ ଅତିଥିଭାବେ ଜିଲ୍ଲା ସମାଜ କଲ୍ୟାଣ କଲ୍ୟାଣ ଅଧିକାରିଣୀ ଅନୁପମା ପଣ୍ଡା, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ, ସମ୍ମାନନୀୟ ବକ୍ତାଭାବେ ଐତିହାସିକ ତଥା ସୁ- ଲେଖକ, ଶିକ୍ଷାବିଦ ସୁଦାମ ଚରଣ ନାଏକ, ଶିକ୍ଷାବିତ୍ ତଥା ବି ଇ ଓ ଲକ୍ଷ୍ମଣ ମିଶ୍ର ଯୋଗଦାନ କରି ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୀବନ ଦର୍ଶନ ସହ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଅବଦାନ ତଥା ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ, ଶିକ୍ଷାର ବିକାଶରେ ନିଷ୍ଠାପର ଯୋଗଦାନର ସ୍ମୃତି ଚରଣ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ପେହେଲଗାମ ମୃତକଙ୍କ ଅମରଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା ଅନୁଷ୍ଠିତ କରାଯାଇଥିଲା।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ କାର୍ଯ୍ୟକ୍ରମ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଆଇନ ପରାମର୍ଶଦାତା କେଶବ ମେହେର, ସମାଜ ସେବୀ ଗୋବିନ୍ଦ ମହାରଣା, ଶିକ୍ଷାବିତ୍ ଗତିକୃଷ୍ଣ ମିଶ୍ର, ଅମ୍ବୁଜ ବିହାରୀ ଶତପଥି, ପ୍ଲାବନ କୁମାର ମହାପାତ୍ର ଙ୍କ ସମେତ ସରକାରୀ ପଦାଧିକାରୀ, ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟତ୍ରୀ, ସାହାରା ଟ୍ରଷ୍ଟ ବିଦ୍ୟାଳୟ ଓ ମହାନଦୀ ଧାରାର ଛାତ୍ରଛାତ୍ରୀଙ୍କ ସହ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ମହାରାଜାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ସାମୁହିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I
Sign in
Sign in
Recover your password.
A password will be e-mailed to you.