ନବରଙ୍ଗପୁର ତା ୨୬.୪.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ: ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜନ୍ମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ତପନ କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ସହ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିଥିଲେ। ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ସାହିତ୍ୟିକ ବିଜୟ ଚୌଧୁରୀ, ଲେଖକ ନାରାୟଣ ପଣ୍ଡା , ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଏବଂ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସମସ୍ତଙ୍କୁ ସ୍ବାଗତ କରି ସଭା ସଞ୍ଚାଳନ କରିଥିଲେ।ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ଭୂମିକା, ସେ ସମୟରେ ଓଡ଼ିଶାର ଶିକ୍ଷା,ଭାଷା,ଶିଳ୍ପ,ଜଳ ସେଚନ,କୃଷି ପ୍ରତି ତାଙ୍କର ବିଶେଷ ଅବଦାନ, ସାହିତ୍ୟ ଓ ସଂସ୍କୃତି ପ୍ରତି ଅନୁରାଗ ,ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପ୍ରତି ଆଗ୍ରହ କୁ ଅବତାରଣା କରିଥିଲେ। ସମ୍ମାନୀତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଉତ୍କଳ ସମ୍ମିଳନୀର ଗଠନ ଓ ମହାରାଜଙ୍କ ବଳିଷ୍ଠ ଯୋଗଦାନ, ବାଳିକା ଶିକ୍ଷା, ରାଜକୀୟ ବିଳାସ ବ୍ୟସନ ପରିତ୍ୟାଗ କରି ନିଜ ଅର୍ଥକୁ ଜାତି ସେବାରେ ଲଗାଇବା, ରାଜନୈତିକ ପୃଷ୍ଠଭୂମି, ଉତ୍କଳ ପ୍ରଦେଶ ର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ,ସର୍ବୋପରି ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ଅବଦାନ ଓ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ମୁଖ୍ୟ ବିନ୍ଧାଣୀ ରୂପେ କରିଥିବା ଯୋଗଦାନ କୁ ସ୍ମୃତିଚାରଣ କରିଥିଲେ।ସ୍ମୃତି ଚାରଣ ସଭାରେ ମନୋରମା ମାଝୀ ,ପ୍ରଭାସିନୀ ମହାନ୍ତି,ସ୍ଵର୍ଣ୍ଣଲତା ପଟ୍ଟନାୟକ,ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଯାହ୍ନ୍ନଭି ପଣ୍ଡା ନିଜ ନିଜ ବକ୍ତବ୍ୟ ରଖିଥିଲେ ।ଆଲୋଚନା ସଭାରେ ସହର ର ବୁଦ୍ଧିଜୀବୀ, କବି ,ଲେଖକ ଙ୍କ ସହ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଅବନୀ ରଞ୍ଜନ ତ୍ରିପାଠୀ,ପି ରବିକାନ୍ତ ରଘୁରାମ,ରାମ ପ୍ରସାଦ ପାତ୍ର,ଦେବଦାସ ମହାକୁଡ,ଜଗନ୍ନାଥ ବେହେରା, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ସୁଚନା ଓ ଲୋକ ସମ୍ପର୍କ ବିଭାଗ ର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.