ରଙ୍ଗଣୀପାଟଣା ପଞ୍ଚାୟତରେ କ୍ୟାମ୍ପ କୋର୍ଟ

5

୩ ଫୈ।ଜଦାରୀ ମାମଲାରେ ୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ

ଓଡ଼ଗାଁ, ୨୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସିଭିଲ କୋର୍ଟ ଆନୁକୁଲ୍ୟରେ ସ୍ଥାନୀୟ ରଙ୍ଗଣୀପାଟଣା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରି ସୈାମ୍ୟାଶ୍ରୀ ମହାପାତ୍ରଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି।ଏହି କ୍ୟାମ୍ପରେ ୩ ଫୈ।ଜଦାରୀ ମାମଲାର ବିଚାର ପାଇଁ ୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ରଙ୍ଗଣୀପାଟଣା, ମଶାବାରୀ, ପନ୍ତିଖାରୀରୁ ଆସିଥିବା ସାକ୍ଷୀ ମାନଙ୍କ ମଧ୍ୟରୁ ଗୋଟିଏ ମାମଲାରେ ୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ଅନ୍ୟ ୨ ମାମଲାରେ ୨ ଜଣ ଲେଖାଏଁ ସାକ୍ଷୀଙ୍କ ସାକ୍ଷ ଗ୍ରହଣ କରାଯାଇଥିଲା । କ୍ୟାମ୍ପ କୋର୍ଟ ମାଧ୍ୟମରେ ଜନସାଧାରଣଙ୍କ ନିମନ୍ତେ ସେମାନଙ୍କ ଦ୍ବାର ଦେଶରେ ନ୍ୟାୟ ପହଞ୍ଚାଇବାକୁ କୋର୍ଟଙ୍କ ଉଦ୍ୟମକୁ ରଙ୍ଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ର ପ୍ରଶଂସା କରିଥିଲେ । କ୍ୟାମ୍ପ କୋର୍ଟରେ କ୍ୟାଡ଼ର ଏପିପି ରାନୀ ସସ୍ମିତା, ଟାଇପିଷ୍ଟ ପୂଜା ପ୍ରଧାନ, ସରକାରୀ ଓକିଲ ପ୍ରମୋଦ ବିଶ୍ଵାଳ, ଏବଂ ବରିଷ୍ଠ ଆଇନଜୀବି ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ସହିତ ରବିନ୍ଦ୍ର ବରାଡ, ଅମରେନ୍ଦ୍ର ସ୍ବାଇଁ, ବଟକୃଷ୍ଣ ମିଶ୍ର, ନାରାୟଣ ନାୟକ, ଚିତ୍ତରଞ୍ଜନ ଦାଶ ପ୍ରମୁଖ ଆଇନଜୀବୀମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.