ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

5

ପଦ୍ମପୁର:- ଜମ୍ମୁ କାଶ୍ମୀର ର ପର୍ଯ୍ୟଟନ ସ୍ଥଳ ପହଲଗାମ ଠାରେ ଅପରାହ୍ନ ରେ ସ୍ପଷ୍ଟ ଦିବା ଲୋକରେ ପର୍ଯ୍ୟଟକ ଙ୍କ ଉପରେ ଆକ୍ରୋସ ମୂଳକ ଭାବେ ତାଙ୍କର ଧାର୍ମିକ ପରିଚୟ ପଚାରି ଏବଂ ତାପରେ ଗୁଳି ଚଳାଇ ନିର୍ମମ ହତ୍ୟା କରିଥିଲେ ଆତଙ୍କବାଦୀ। ଏହି ପରି ପ୍ରାୟୋଜିତ ଆତଙ୍କବାଦ ଦେଶର ଅଖଣ୍ଡତା ଓ ସାର୍ଵଭୌମତ୍ୱ ପ୍ରତି ଗଭୀର କୁଠାର ଘାତ ଓ ସମଗ୍ର ଦେଶବାସୀଙ୍କ ପାଇଁ ଏକ ଚିନ୍ତା ଜନକ ବିଷୟ ଅଟେ। ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ଅଛନ୍ତି ତାଙ୍କୁ କଠୋର ଦଣ୍ଡ ଦେବା ସହ ଆଗାମୀ ଦିନରେ ଏହି ଭଳି ଘଟଣା ନ ଘଟେ ସେଥିପାଇଁ ସରକାର ଯଥାଶୀଘ୍ର ଆତଙ୍କବାଦୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଆଜି ପଦ୍ମପୁର ଉପଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଭକ୍ତ ଚରଣ ସାହୁ, ଜୟ ନାରାୟଣ ତ୍ରିପାଠୀ, ସୁରେଶ ରାମ ଚନ୍ଦାନୀ, ଦିବ୍ୟ ପଣ୍ଡା, ଗୁଣମଣି ପଟେଲ, କେଶବ ଜାଲ, ସୌରୁପ କାନୁନଗୋ, ଅଙ୍କିତ ରାମ ଚନ୍ଦାନୀ, ଓ ହିନ୍ଦୁ ଏକତା ମଞ୍ଚର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.