ଡ଼ ସୁମିତ ମିଶ୍ର ଙ୍କ ନିଆରା ଢଙ୍ଗରେ ଜନ୍ମଦିନ ପାଳନ

5

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସକ ଡ.ସୁମିତ ମିଶ୍ର ବିଭିନ୍ନ ସମୟରେ ଅସହାୟ ଲୋକଙ୍କ ସେବା କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ତେବେ ଏହି ଯୁବ ଡାକ୍ତର ଆଜି ନିଆରା ଭାବରେ ନିଜ ଜନ୍ମଦିନ କୁ ପାଳନ କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିଜର ଖୁସୀକୁ ଅନ୍ୟମାନଙ୍କ ସହ ବାଣ୍ଟିବାକୁ ଭଲପାଆନ୍ତି । ଅନ୍ୟ ଓଠରେ ହସ ଦେଖିଲେ ତାଙ୍କ ପେଟ ପୁରିଯାଏ । ଆଜି ନିଜ ପରିବାରଙ୍କୁ ସାଙ୍ଗରେ ନେଇ ଜନକେଡା ସ୍ଥିତ ଗୋପବନ୍ଧୁ ସେବାସଦନରେ ପହଞ୍ଚି ନିଜ ଜନ୍ମଦିନକୁ ପିଲାମାନଙ୍କ ସ‌ହ ନିଆରା ଢଙ୍ଗରେ ପାଳିଥିଲେ । କେକ କଟା ହେଲା, ପିଲାଙ୍କ ଭିତରେ ବଣ୍ଟା ହେଲା ।ଖାଲି ସେତିକି ନୁହେଁ ଡାକୁର ବାବୁ ପିଲାଙ୍କ ପାଇଁ ଜଳଖିଆର ବନ୍ଦୋବସ୍ତ ମଧ୍ୟ କରିଥିଲେ । ସେମାନଙ୍କ ସହ କିଛି ସମୟ କାଟିଲେ ଆଉ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ପାଠ ପଢା ବିଷୟରେ ମଧ୍ୟ ପଚାରି ବୁଝିଲେ । ନିଜ ସାଙ୍ଗ ସାଥିଙ୍କ ସହିତ ଆଡ଼ମ୍ବରରେ ଜନ୍ମଦିନ କୁ ପାଳନ ନ କରି ଏହି ସେବାସଦନରେ ପାଳିବା ତାଙ୍କ ପତ୍ନୀ ଡାକ୍ତର ସମାପ୍ତି ମିଶ୍ର ନିଷ୍ପତ୍ତା ନେଇଥିଲେ । ସେବାସଦନର ପିଲାମାନେ ଡାକୁର ବାବୁଙ୍କ ଜନ୍ମଦିନକୁ ଅବିସ୍ମରଣୀୟ କରିଦେଲେ । ଡାକ୍ତର ବାବୁ ପିଲାମାନଙ୍କ ପାଖରୁ ବିଦାୟ ନେଇ ଫେରିବା ବେଳେ ନିଜ ମନ ଭିତରେ ଆଜିର ସ୍ମୃତିକୁ ନେଇ ଫେରିଥିଲେ ।

Leave A Reply

Your email address will not be published.