ପହଲଗାମ ରେ ଆତଙ୍କବାଦୀ ଙ୍କ ଆକ୍ରମଣରେ ମୃତକ ଙ୍କ ଉଦ୍ଦେଶ୍ୟରେ ଖପ୍ରାଖୋଲ ରେ ଶ୍ରଦ୍ଧାଞ୍ଜଳି ସଭା ସହ କ୍ୟାଣ୍ଡେଲ ଶୋଭାଯାତ୍ରା

5

ଖପ୍ରାଖୋଲ ୨୫/୪(ହେମସାଗର ସାହୁ) କାଶ୍ମୀର ର ପହଲଗାମ୍ ଠାରେ ଗତ ୨୨ ତାରିଖ ଆତଙ୍କବାଦୀ ଆକ୍ରମଣରେ ରେ ୨୮ ଜଣ ପର୍ଯ୍ୟଟକ ଙ୍କ ଅକାଳ ବିୟୋଗ ହୋଇଥିଲା। ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ବ୍ଲକ ପ୍ରଶାସନ ଓ ବିଭିନ୍ନ ସଂଗଠନ ତରଫରୁ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସଦର ମହକୁମା ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଓ କ୍ୟାଣ୍ଡେଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଥମେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସମସ୍ତେ ଏକତ୍ରିତ ହୋଇ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ଥାନା ଛକ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତି ପାଖରେ ପହଞ୍ଚି ଥିଲେ। ଏହି ଅବସରରେ ଏକ ଶୋକ ସଭା ସହ ମୃତକ ଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଥାନା ଅଧିକାରୀ ନରେନ୍ଦ୍ର ଛତର, ଉପ ମୁଖ୍ୟମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା,ବ୍ଲକ୍ ସହ ଶିକ୍ଷା ଅଧିକାରୀ ଷଡ଼ଙ୍ଗୀ, ଅଗ୍ନିଶମ ଅଧିକାରୀ ଜୟ ଗୋପାଳ ପଣ୍ଡା, ଯୋଗାଣ ଅଧିକାରୀ ବିକାଶ ବାର୍ଲା,ରାଜକିଶୋର ନାଏକ , ବି ଜେ ପି ବ୍ଲକ୍ ସଭାପତି ଉମାକାନ୍ତ ପ୍ରଧାନ, ସତ୍ୟାନନ୍ଦ ସେନ୍ଦ୍ରିଆ, ଆକାଶ ମଣ୍ଡଳ, ଜିତେନ୍ଦ୍ର ପଣ୍ଡା,,ବୁଲୁ ପଣ୍ଡା, ଅଭୟ ତ୍ରିପାଠୀ, ତାପସ ବେହେରା, ସମେତ ବ୍ଲକ୍ ପ୍ରଶାସନ, ପ୍ରେସ କ୍ଲବ, ବିଭିନ୍ନ ସଂଗଠନ ର ସଦସ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.