ଦର୍ଶନ ଶାସ୍ତ୍ର ପରୀକ୍ଷାରେ କ୍ଷତ୍ରିୟବରପୁର ସ୍ନାତକ ମହାବିଦ୍ୟାଳୟ ଛାତ୍ରୀଙ୍କ କୃତିତ୍ୱ

5

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ପ୍ରକାଶ ପାଇଛି ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଯୁକ୍ତ ତିନି କଳା ବିଭାଗର ପରୀକ୍ଷା ଫଳ I ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହାର ଦର୍ଶନ ଶାସ୍ତ୍ର ବିଭାଗରେ ବେଲଗୁଣ୍ଠା ବ୍ଳକ୍ ର କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଏକାଧିକ ଛାତ୍ରୀ କୃତିତ୍ଵର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି I ବିଶେଷ କରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗରେ ପ୍ରଥମ ଦଶ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ପାଞ୍ଚ ଜଣ ଛାତ୍ରୀ ରହିବା ମହାବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛି I ସୂଚନା ପ୍ରକାରେ ଦର୍ଶନ ଶାସ୍ତ୍ର ବିଭାଗରେ ବିଶ୍ଵବିଦ୍ୟାଳୟର ପ୍ରଥମ ଦଶ ଜଣଙ୍କ ମଧ୍ୟରୁ ଷଷ୍ଠ ସ୍ଥାନରେ ମହାବିଦ୍ୟାଳୟର ଛାତ୍ରୀ ମିନତୀ ବିଷୋୟୀ, ସପ୍ତମ ସ୍ଥାନରେ ପ୍ରଣତି ଗୌଡ଼, ଅଷ୍ଟମ ସ୍ଥାନରେ ମନିଷା ଗୌଡ଼, ନବମ ସ୍ଥାନରେ ପାୟଲ ସ୍ୱାଇଁ ଏବଂ ଦଶମ ସ୍ଥାନରେ ସୁଲୋଚନା ଗୌଡ଼ ରହିଛନ୍ତି I ଛାତ୍ରୀ ମାନଙ୍କର ଏହି ସଫଳତା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି I

Leave A Reply

Your email address will not be published.