ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ବ୍ଲକସ୍ତରୀୟ ସମାରୋହରେ ରାସନ କାର୍ଡ ବଣ୍ଟନ

5

ବିଜେପୁର :-ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ୬ ଲକ୍ଷ ରାସନ କାର୍ଡ ବାଣ୍ଟିଛନ୍ତି। ଏହାର ସିଧା ପ୍ରସାରଣ ବିଜେପୁର ଠାରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ପ୍ରସାରିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ ପ୍ରତିନିଧି ଯୋଗୀନ୍ଦ୍ର ପଧାନ (ଲୁକୁ )ଓ ସମ୍ମାନିତ ଅତିଥି ଭାବରେ ବିଜେପୁର ଜ଼ିଲ୍ଲାପରିଷଦ ସୁଶାନ୍ତ ଗଡ଼ତିଆ ଯୋଗଦେଇ ୧୦ଜଣ ହିତାଧିକାରୀଙ୍କୁ ରାସନ କାର୍ଡ଼ ବଣ୍ଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକଉନ୍ନୟନ ଅଧିକାରୀ ସରୋଜ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ ଏମ ଆ ବରୁଣ ଦଳାଇ, ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସମସ୍ତ ସରପଞ୍ଚ ସମିତିସଭ୍ୟ, ଓ ଜଣସାଧାରଣ ଉପସ୍ଥିତ ଥିଲେ l

Leave A Reply

Your email address will not be published.