ଗୁଣୁପୁର ସ୍ଥିତ ଥା୍ୟାରାମ୍ମା ସ୍ନାତକ ମହିଳା ମହାବିଦ୍ୟାଳୟ ଛାତ୍ରୀ ସୁମିତ୍ରା ଆଇ.ଆର.ପି.ଏମ ଟପ୍ପର

5

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ସ୍ଥିତ ଥା୍ୟାରାମ୍ମା ସ୍ନାତକ ମହିଳା ମହାବିଦ୍ୟାଳୟ ଛାତ୍ରୀ ସୁମିତ୍ରା କୋଣ୍ଡାଗୋରି ଆଇ.ଆର.ପି.ଏମ ଟପ୍ପର ।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ଯୁକ୍ତ ୩ ଶେଷ ବର୍ଷ ପରୀକ୍ଷା ଫଳ ୨0୨୫ ପ୍ରକାଶ ପାଇଥିବା ବେଳେ ସଫଳତା ର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଗୁଣୁପୁର ସ୍ଥିତ ଥା୍ୟାରାମ୍ମା ସ୍ନାତକ ମହିଳା ମହାବିଦ୍ୟାଳୟ ର ସୁମିତ୍ରା କୋଣ୍ଡାଗୋରୀ ଆଇ.ଆର.ପି.ଏମ ପାଠ୍ୟକ୍ରମ ରେ ୧୨୦୭ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତତ ସଙ୍ଗେ ସଙ୍ଗେ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଆଇ. ଆର. ପି. ଏମ ପାଠ୍ୟକ୍ରମ ର ପ୍ରଥମ ଦଶ ଜଣ ମଧ୍ୟରୁ ଲିପସା ବାଉରୀ ୧୧୯୫ ନମ୍ବର ରଖି ଦ୍ଵିତୀୟ, ଜୋସପିନା ଶବର ୧୧୬୦ ନମ୍ବର ରଖି ସପ୍ତମ, ବାଙ୍ଗୁ ସନ୍ତୋଷୀ ୧୧୫୮ ନମ୍ବର ରଖି ଅଷ୍ଟମ, ସଂଗୀତା ବାଉରୀ ୧୧୫୬ ନମ୍ବର ରଖି ନବମ ସ୍ଥାନ ଅଧିକାର କରିଛନ୍ତି। ଏହି ଉଲ୍ଲେଖ ନୀୟ ସଫଳତା ପାଇଁ ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର ସୀୟା, ପି. ଉମା ପ୍ରସାଦ ରାଓ ଏବଂ ସମସ୍ତ ଅଧ୍ୟାପକ, ଆଧ୍ୟାପିକା ଓ ସମସ୍ତ କର୍ମକର୍ତା ଶୁଭେଚ୍ଛା ଜଣାଇଛନ୍ତି।

 

Leave A Reply

Your email address will not be published.