ଭାରତରତ୍ନ ଡ.ଭୀମରାଓ ଆମ୍ବେଦକର ଙ୍କର ସମ୍ଭିଧାନ ପ୍ରତି ଅବଦାନ ଉପରେ ଆଲୋଚନା ଚକ୍ର।

5

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ପଣ୍ଡାକିଟାଲ ଆର ର୍ଏମ୍‌ସି ପରିସରରେ ଗତ ସନ୍ଧ୍ୟା ୫ଟାରେ ଭାରତରତ୍ନ ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ସମ୍ବିଧାନ ପ୍ରତି ଅବଦାନ ସମ୍ପର୍କିତ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଅତିଥିଭାବରେ ବଲାଙ୍ଗିର ସାଂସଦ ସଂଗୀତ ଗୀତା ସିଂହଦେଓ, ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା,କେନ୍ଦ୍ର ଅନୁସୂଚିତ ଜାତି ଆୟୁକ୍ତ (ଏସ୍‌ସି କମି କମିଶନର) ଅରୁଣ ହଲଦା, ପୂର୍ବତନ ବଲାଙ୍ଗିର ଜିଲା ବିଜେପି ସଭାପତି ଶିବାଜୀ ମହାନ୍ତି, ରାଜ୍ୟ ଅନୁସୂଚିତ ଜାତି ମୋର୍ଜା ଉପସଭାପତି ମନିଜର ଆର୍ଯ୍ୟ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଶୋକ ପୂଝରୀ, ଜିଲ୍ଲା ବିଜେପି ସଭାପତି ବେଣୁଧର ଦାସ , ପୂର୍ଵତନ ଜିଲ୍ଲା ସଭାପତି ପ୍ରମୋତ ମହାପାତ୍ର,ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥିତି ମାନେ ପ୍ରଥମେ ବାବା ସାହେବ ଆମ୍ବେଦକର ଙ୍କ ଫୋଟୋରେ ପୁଷ୍ପ ମାଲ୍ୟ ଦେଇ ଦୀପ ପ୍ରଜ୍ୱଳନ କରିଥିଲେ।ଅନୁସୂଚିତ ଜାତି ଆୟୁକ୍ତ ଶ୍ରୀ ହଲଦା ଡ.ଆମ୍ବେଦକରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବଳଦେବ ପଧାନ ମଞ୍ଚ ପରିଚନା କରିଥିବା ବେଳେ ସାଂସଦ ପ୍ରତିନିଧି ହେମନ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ବିଜେପି ମଣ୍ଡଳ ସଭାପତି ରୂପଧର ପଧାନ, ପଞ୍ଚୁ ମଟାରୀ, ଭଗବାନ ପଧାନ, ଗ୍ରନ୍ଥ ପଧାନ, ଶିବରାଜ ବେହେରା, ଅରକ୍ଷିତ ପଧାନ, ଉପେନ୍ଦ୍ର ଭୋଇ, ବିପିନପଧାନ ଙ୍କ ସହ ଶତାଧିକ ଆମ୍ବେଦକର ପ୍ରେମୀ ଓ ବିଜେପି କର୍ମୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.