କେନ୍ଦୁଝର,ତା୨୩/୪– କାଲି ରାତିରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ନିଆଁ ଲାଗି ଯାଇଥିଲା ଆଜି ଏହା ଲିଭି ଯାଇଥିଲେ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ କି ଏବେ ଏହି ଡାକ୍ତରଖାନା ପରିସରରେ ବହୁ ତଳ କୋଠାରେ ରୋଗୀ ରହୁଛନ୍ତି ତେଣୁ ପୁରୁଣା କୋଠା କବାଡିଖାନାରେ ପରିଣତ ହୋଇଛି। କାଲି ପୁରୁଣା କୋଠା ପଛରେ ନିଆଁ ହଠାତ୍ ଲାଗି ଯାଇଥିଲା ଦମକଳ ଆସି ଲିଭେଇ ଥିଲା। ଆଗରୁ ଏହିଠାରେ ଥରେ ନିଆଁ ଲାଗିଥିଲା ପୁଣି ଟିବି ୱାର୍ଡ ପାଖେ ଅଳିଆ ଆବର୍ଜ୍ଜନାରେ ନିଆଁ ଲାଗି ଥିବାର ଦେଖା ଯାଇଥିଲା। ମେଡିକାଲ ପରିସରରେ ଥିବା ବିଦ୍ୟୁତ୍ ତାର ଆଉ ଥରେ ଜଳି ଯାଇଥିଲା। ତେବେ ସୌଭାଗ୍ୟକୁ ଏଯାଏ କିଛି ରୋଗୀଙ୍କ କ୍ଷତି ହୋଇନାହିଁ। ତେବେ କାଲି ଘଟଣାରୁ ଜଣା ଯାଇଛି କି ଏବେ ଏକ୍ସରେ ହେଉଥିବା ଘର ପଛରେ ପୁରୁଣା କୋଠାରେ କବାଡି ଜିନିଷ ପୁରୁଣା କାଠ ଆଦି ଜମା ହୋଇ ରହିଛି। ପୁଣି ପୁରୁଣା କ୍ୟାବିନ ପାଖେ ଛିଣ୍ଡା ଗଦି ଜମା ହୋଇଥିଲା ,ସେହିପରି ପୁରୁଣା ମାଇନର ଓଟି ପଛ ପଟେ ପୁରୁଣା ଭଙ୍ଗା ଖଟ ଗଦି ସବୁ ଆବର୍ଜନା ପରି ଜମା ହୋଇଥିଲା। ଏଠାରେ ଅକ୍ସିଜେନ ସିଲିଣ୍ଡର ରଖା ଯାଇଥିଲା ଭାଗ୍ୟ ଭଲ କାଲି ନିଆଁ ସେଠାରେ ପହଞ୍ଚିବା ପୂର୍ବରୁ ଲିଭି ଯାଇଥିଲା ନହେଲେ ଗୋଟେ ବଡ଼ ବିପଦ ରୋଗୀଙ୍କ ପ୍ରତି ଦେଖା ଦେଇଥାଆନ୍ତା। ମେଡିକାଲ ପରିସର ମେଲା ଥିବାରୁ ଅନେକ ମଦୁଆ ସେଠାରେ ମେଳି କରି ମଦ ଗଞ୍ଜେଇ କାରବାର ଚଳେଇଥିବା ଅଭିଯୋଗ ହେଉଛି। ସେହିମାନେ କାଲି ନିଆଁ ଲଗେଇ ଦେଇଥିବା ସନ୍ଦେହ କରାଯାଉଛି।ତେଣୁ ଏହି ଅଗ୍ନିକାଣ୍ଡକୁ ହାଲୁକା ଭାବେ ନନେଇ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ କେନ୍ଦୁଝର ନାଗରିକ ମଞ୍ଚର ଦିଲୀପ କୁମାର ସାହୁ ଦାବି କରି ରୋଗୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.