ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା 22.4.2025 କଳାହାଣ୍ଡି ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳନ ଜିଲ୍ଲା ଯୋଜନା ଓ ସମୀକ୍ଷା ବିଭାଗଙ୍କ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱ।ନ, ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢି, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନିହାର ରଂଜନ ପଣ୍ଡା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, ଜିଲ୍ଲା ମଙ୍ଗଳ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵାଗତ ଜଣାଇ ବା ସହିତ ପୋଷଣ ପକ୍ଷ ପାଳନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପୋଷଣ ଜିଲ୍ଲା ସଂଯୋଜକ ଅଜୟ ବିହାର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ବିଶେଷ କରି ପୋଷଣ ପକ୍ଷ ପାଳନ କାର୍ଯ୍ୟକ୍ରମ ରେ ପୋଷଣ ର ଗୁରୁତ୍ୱ, ଜୀବନ ପ୍ରଥମ 1000 ଦିନ ର ଗୁରୁତ୍ଵ, ପୋଷଣ tracker ରେ benificiary ମଡ୍ୟୁଲ୍ ର ବ୍ୟବହାର ବିଷୟରେ, ଅତିଶୟ ପୁଷ୍ଟିହୀନ ଶିଶୁ ମାନଙ୍କର ଗୋଷ୍ଠୀ ଭିତ୍ତିକ ପରିଚାଳନା, ସୁସ୍ଥ ଜୀବନ ଶୈଳୀ କୁ ତୃଣମୂଳ ସ୍ତରରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଅବଗତ କରାଇଥିଲେ। ପୁଣି ପୂର୍ବତନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ତଥା ପରାମର୍ଶ ଦାତା ବିଶ୍ଵନାଥ ଦାସ, ପୋଷଣ ଅଭିଯାନ ଓ ପୋଷଣ ପକ୍ଷ ଉପରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ।
ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ପୋଷଣ ର ପ୍ରକ୍ରିୟା ବିଷୟରେ ସବିଶେଷ ଆଲୋଚନା,ଖାଦ୍ୟ ଓ ଶରିରର ସମ୍ପର୍କ ଉଦ୍ଦେଶ୍ଯ ରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ଶିଶୁ ମାନଙ୍କ ଯତ୍ନ ର ଦାୟିତ୍ଵ ପିତା ମାତା ମାନଙ୍କର ମଧ୍ଯ ଗୁରୁ ଦାୟିତ୍ଵ ରହିଅଛି ଏବଂ ବାହାର ର ଖାଦ୍ୟ କୁ ବିଶେଷ ଗୁରୁତ୍ଵ ନ ଦେଇ ପାରମ୍ପାରିକ ଖାଦ୍ୟ କୁ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଞ୍ଚଳ ପରିଦର୍ଶନ ଅଧିକାରୀ, ପୋଷଣ ଜିଲ୍ଲା କାର୍ଯ୍ୟକ୍ରମ ସହାୟକ, ପୋଷଣ ବ୍ଲକ ସଂଯୋଜକ ଓ ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ। ଅଙ୍ଗନୱାଡି କର୍ମୀ ମାନେ ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ । ଏହି ସବୁ ଖାଦ୍ୟ କୁ ଅତିରିକ୍ତ ଜିଲ୍ଲାପାଳ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଅନ୍ୟାନ୍ୟ ସମ୍ମାନୀତ ଅତିଥି ମାନେ ପରିଦର୍ଶନ କରିଥିଲେ। ପରିଶେଷରେ ପ୍ରୋଗ୍ରାମ ଅଫିସର ନମିତା ରାଣୀ ପଲ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post