ଓଡ଼ଗାଁ କପ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୦୨୫ ଉଦଯାପିତ: ଓଡଗାଁର ପ୍ରବୀଣ ଓ ରାକେଶ ଯୋଡି ଚମ୍ପିୟାନ

5

ଓଡ଼ଗାଁ,୨୧।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜୁପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ୨ ଦିନିକିଆ ଓଡ଼ଗାଁ କପ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୦୨୫ ଉଦଯାପିତ ହୋଇଯାଇଛି।
ରବିବାର ୨ୟ ଦିବସରେ ବରିଷ୍ଠ ବର୍ଗରେ ୧୬ ଯୋଡି ଅଂଶଗ୍ରହଣ କରିଥିବା ବେଳେ ଓଡଗାଁର ପ୍ରବୀଣ ଓ ରାକେଶ ଯୋଡି ଚମ୍ପିୟାନ ଟ୍ରଫି ହାସଲ କରିଛନ୍ତି।କଇଁଥଗାଡ଼ିଆର ଜିତେନ୍ଦ୍ର ଓ ଗୁଲୁ ୨ୟ, ରାକେଶ ଓ ବାଦଲ ୩ୟ ଏବଂ ଓଡ଼ଗାଁର ସୁଭାଶିଷ ଓ ସ୍ୱୟାଶୁ ଯୋଡି ୪ର୍ଥ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି।ରବିବାର ବିଳମ୍ବିତ ରାତିରେ ଆୟୋଜିତ ଉଦଯାପନୀ ଉତ୍ସବରେ ପ୍ରାକ୍ତନ କନ୍ଧମାଳ ସାଂସଦ ତଥା ନୟାଗଡ଼ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ବ୍ୟାଡ଼ମିଣ୍ଟନ ପ୍ରଶିକ୍ଷକ ସୋନାଲି ସାହୁ, ଓଡ଼ଗାଁର ଖେଳ ମଣିଷ ଭାବେ ପରିଚିତ ରଘୁନାଥ ଆଥଲେଟିକ ଆସୋସିଏସନର ସମ୍ପାଦକ ଦିବାକର ନାୟକ ବରୀଷ୍ଠ ବର୍ଗର ପ୍ରଥମ ବିଜେତା ଯୋଡ଼ିଙ୍କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିବା ସହିତ ୨ୟ,୩ୟ,ଓ ୪ର୍ଥ‌‌‌ ଯୋଡ଼ି ବେଜେତାଙ୍କୁ ଟ୍ରଫି ଏବଂ ପୁରସ୍କାର ବିତରଣ କରି ସମସ୍ତ ଖେଳାଳିଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। କିଷାନ, ଚନ୍ଦନ, ରୋହନ, ସୁଭାଶିଷ, ପ୍ରବୀଣ, ମାତୃପ୍ରସାଦ, ଦିଗବିଜୟ, ଜଗନ୍ନାଥ, ରାକେଶ ଓ ବିଶ୍ୱଜିତ ସମସ୍ତ ମ୍ୟାଚ ପରିଚାଳନା କରିଥିଲେ।ସୂଚନା ଥାଉକି ଶନିବାର ଖେଳର ପ୍ରଥମ ଦିନରେ ୧୯ ବର୍ଷରୁ କମ ବର୍ଗର ୧୪ ଯୋଡ଼ି ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଓଡ଼ଗାଁର ମତ୍ୟୁଞ୍ଜୟ ଓ ରାକେଶ ଯୋଡି ଚାମ୍ପିଆନ ଟ୍ରଫି ହାସଲ କରିଥିଲେ।

Leave A Reply

Your email address will not be published.