ସୋହେଲା :-ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଜେପି ର ବରିଷ୍ଠ ନେତା ଶ୍ରୀମାନ ସୁରେଶ୍ବର ଶତପଥୀଙ୍କ ସଂଘର୍ଷ ମୟ ଯାତ୍ରା ସକାଶେ ସୋହେଲା ରୁ ବରପାଲି ଭାୟା ଦେଇ ସୋନପୁରକୁ ଯାଇଥିବା ୮୦ କିଲୋମିଟର ଜାତୀୟ ରାଜପଥକୁ ଚାରି ଥାକିଆ ରାସ୍ତାରେ ପରିଣତ କରିବାପାଇଁ ମାନ୍ୟବର କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ୧୬୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।ଏଇ ରାସ୍ତାର ସଂପ୍ରସାରଣ ତଥା ନବକଳେବର ପାଇଁ ମାନ୍ୟବର ବିଧାୟକ ଶ୍ରୀ ଗଡତୀୟା ଏବଂ ବରିଷ୍ଠ ବିଜେପି ନେତା ଶ୍ରୀ ଶତପଥି ଏଇ କିଛି ମାସ ଆଗରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ ଭେଟି ଏଇ ଦାବି କୁ ଉତ୍ଥାପନ କରିଥିଲେ।କେନ୍ଦ୍ର ପରିବହନ ମନ୍ତ୍ରୀ ତାଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ ମଧ୍ୟ କରିଥିଲେ। ଯାହା ଆଜିକାର ଦିନରେ ବାସ୍ତବରେ ପରିଣତ ହୋଇଛି। ଏହାକୁ ନେଇ ଜନସାଧାରଣ ବେଶ ଉତ୍ସାହିତ ଥିବାବେଳେ, ମାନ୍ୟବର ବିଧାୟକ ଶ୍ରୀ ଗଡତୀୟା ଏବଂ ବରିଷ୍ଠ ବିଜେପି ନେତା ଶ୍ରୀ ଶତପଥି ଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି।
Sign in
Sign in
Recover your password.
A password will be e-mailed to you.