ବରପାଲିରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧତ୍ସୋବ

4

 ବରପାଲି :-ବରପାଲି ଗଙ୍ଗାଧର କଲ୍ଯାଣମଣ୍ତପ ପରିସରରେ ବିଜେପୁର ମଣ୍ତଳୀ ସ୍ତରୀୟ ପ୍ରବାଦପୁରୁଷ ବିଜୁ ବାବୁଙ୍କ ୨୮ତମ ଶ୍ରାଦ୍ଧତ୍ସୋବ ଅନୁଷ୍ଠିତ ହୋଇଯାଇଛି। ପୁର୍ବତନ ବୟନଶିଳ୍ପ ମନ୍ର୍ତୀ ରିତା ସାହୁଙ୍କ ତତ୍ତ୍ଵାବଧାନରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ବରିଷ୍ଠ ନେତା ଦିଲ୍ଲିପ ପଧାନଙ୍କ ସଭାପତିତ୍ବରେ ପରିଚାଳିତ ସଭାରେ ସମ୍ମାନିତ ଅତିଥି ଭାବରେ ବରପାଲି ବ୍ଳକ ଅଧ୍ଯକ୍ଷା ରିନା ଥଇତ, ପୁର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଲାଲ ବିକ୍ରମ ସିଂଦେଓ, ଗୌରହରି ମିଶ୍ର, ଟିକାଏତ ମହତ୍ତମ, ମଧୁ ପଧାନ, ତେଜରାଜ ଭୋଇ, ମହେନ୍ଦ୍ର ମେହେର, ହିମାଞ୍ଚଳ ସାହୁଙ୍କ ସମେତ ବିଭିନ୍ନ ସରପଞ୍ଚ ଏବଂ ସମତି ସଭ୍ଯ ତଥା ନେତା କର୍ମି ମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଅତିଥି ମାନେ ବିଜୁ ବାବୁଙ୍କ  ମାନବିକତା, ବଳିଷ୍ଠ ମନୋବଳ, ସ୍ବାଧିନ ଚେତନା, ବଦାନ୍ୟତା, ପ୍ରତିଭା,ପରାକ୍ରମକୁ ନେଇ ଆଲୋଚନା କରିଥିଲେ।

Leave A Reply

Your email address will not be published.