ଓଡ଼ଗାଁ,୧୬।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପରିସରରେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଆଣ୍ଡ୍ ଗାଇଡ୍ସ ପରାମର୍ଶ କ୍ରମେ କବ୍ ବୁଲବୁଲ ରାଜ୍ୟ ପୁରସ୍କାର ପରୀକ୍ଷା-୨୦୨୪ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଂଯୋଜକ ରବିନ୍ଦ୍ର କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କବ୍ ମାଷ୍ଟର ପଞ୍ଚାନନ ପଣ୍ଡା ଓ ରଞ୍ଜନ କୁମାର ଦାଶଙ୍କ ଦ୍ୱାରା ପରୀକ୍ଷା ପରିଚାଳନା କରାଯାଇଥିଲା । ପ୍ରାରମ୍ଭରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ କବ୍ ଓ ବୁଲବୁଲ ମାନଙ୍କ ଦ୍ୱାରା ସମୂହ ପ୍ରାର୍ଥନା ଓ ଝଣ୍ଡାଗୀତ୍ ଗାନ କରାଯାଇଥିଲା । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓଡ଼ଗାଁ, ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଭଗବତୀପ୍ରସାଦ, ସରକାରୀ ପ୍ରାଥମିକ ବିଦ୍ୟାଳୟ ବିଲମାନପୁର ଏବଂ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ କରଡା ହରିହରପୁରର ମୋଟ ୫୦ ଜଣ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଲିଖିତ ପରୀକ୍ଷା ପରେ କବ୍ ମଟୋ, ନିୟମ, ପ୍ରତିଜ୍ଞା, କବ୍ ଗ୍ରୀଟିଙ୍ଗ୍ସ ଏବଂ ବୁଲବୁଲ ଗ୍ରୀଟିଙ୍ଗ୍ସ ସହିତ ବିଭିନ୍ନ କାର୍ଯ୍ୟ କରାଯାଇଥିଲା। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ, ପରିଚାଳନା କମିଟି ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କ ଉପସ୍ଥିତ ରହିଥିବା ବେଳେ କବ୍ ମାଷ୍ଟର ମନୋଜ ସାହୁ, ରଞ୍ଜିତ ନନ୍ଦ ଫ୍ଲକ୍ ଲିଡର ଅଳକା ପଟ୍ଟନାୟକ ଓ ନୀଲମ୍ ପ୍ରିୟଦର୍ଶିନୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.