ତୁ ଗୁହାରି କରିବୁ ଯାହାକୁ, ମୁ ଘଇତା କରିଛି ତାହାକୁ

0

 

ବିନା ଶିଳ୍ପରେ ଚାଲିଛି ଖଣି: ତଥାପି ସିରାଜୁଦ୍ଦିନ ଖଣି ନବୀକରଣ କରିବାକୁ ଖଣି ବିଭାଗ ତତ୍ପର 

ବେଳ ଥାଉ ଚେତନ୍ତୁ ସରକାର, ନହେଲେ ଜବାବ ଦେବେ କ୍ଷତିଗ୍ରସ୍ତ ବେକାର 

କେନ୍ଦୁଝର -ଲୋକ ମାରନ୍ତୁ,କେନ୍ଦୁଝର ପରିବେଶ ନଷ୍ଟ ହେଉ, ସରକାରଙ୍କ ନିୟମର ଧର୍ଷଣ ହେଉ ….ହେଲେ ଆମ ପାକିଟ ଗରମ ହେଉ,,,,ଆମ ପିଲା ମାଇପେ ସୁଖରେ ରୁହନ୍ତୁ….ସରକାର ଚୁଲୀକୁ ଯାଉ,..କେନ୍ଦୁଝର ଭାସିଯାଉ…!

ଏମିତି ଭିନ୍ନପ୍ରକାର ମାନସିକତାରେ ଅଛନ୍ତି ଖଣି ବିଭାଗର କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀ, ତଳୁ ଉପର ପର୍ଯ୍ୟନ୍ତ ! ଆଉ ସେଇଠି ପାଇଁ କ୍ଷତିଗ୍ରସ୍ତ ହେଉଥିବା ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ବିରୋଧରେ , ରାଜ୍ୟର କ୍ଷତି ଘଟାଇ, ଦେଶ ଓ ରାଜ୍ୟରେ ପ୍ରଚଳିତ ଆଇନର ବଳାତ୍କାର କରି ଚାଲିଥିବା ଖଣିଜେ ଲିଜ କୁ ନବୀକରଣ କରିବାପାଇଁ ପେଣ୍ଟ ସାର୍ଟ ଖୋଲି ଲାଗିପଡିଛନ୍ତି ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ! ଡ଼ିଡ଼ିଏମ ଠାରୁ ଆଜମ୍ଭା କରି ସଚିବ ପର୍ଯ୍ୟନ୍ତ ସାମିଲ ହୋଇଛନ୍ତି କେମିତି ସେମାନଙ୍କ ମିଶନ କୁ ସଫଳ କରିବେ ! ମିଳିଥିବା ସୂଚନା ଅନୁଯାୟୀ, ଯଦି ସେମିତି କିଛି ଚାପ ନପଡେ଼ ତେବେ ଡିସେମ୍ବର ପୂର୍ବରୁ ଖଣି ଦୁର୍ନୀତିରେ ଛନ୍ଦି ହୋଇଥିବା ସିରାଜଉଦ୍ଦିନ ଖଣିକୁ ନବୀକରଣ କରାଇଦେବେ । ହେଲେ ଏହାକୁ ନେଇ ସିରାଜୁଦ୍ଦିନ ଖଣି ପ୍ରଭାବିତ ଅଂଚଳର ଲୋକଙ୍କ ଭିତରେ ବ୍ୟାପକ ଜନ ଅସନ୍ତୋଷ ଦେଖା ଦେଇଛି ! ଖଣି ବ୍ୟବସାୟ କରି  ସିରାଜଉଦ୍ଦିନ କର୍ତ୍ତୃପକ୍ଷ ମାଲାମାଲ ହୋଇଥିବା ବେଳେ ଜିଲାର ଜନକଲ୍ୟାଣ ସକାଶେ ସେଭଳି ଆଖି ଦୃଶିଆ କାର୍ଯ୍ୟ କରି ନ ଥିବା ପ୍ରଭାବିତ ଅଂଚଳ ବାସିନ୍ଦା କହିଛନ୍ତି । ହେଲେ ସରକାର ଲୋକଙ୍କ ମଙ୍ଗଳ ପାଇଁ ନ ସିରାଜୁଦ୍ଦିନ ଖଣି ସଂସ୍ଥା ର ମାଲିକଙ୍କ ପାଇଁ ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ କରିଛନ୍ତି !

ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ବଳଦାଠାରେ ୧୯୬୨ ମସିହାରୁ  ସିରାଜଉଦ୍ଦିନ କମ୍ପାନୀର ଉଚ୍ଚ ମାନର ଲୁହା ପଥର ଖଣି ରୁ ବିପୁଳ ପରିମାଣରେ ଲୁହାପଥର ଖନନ କରି ବିଦେଶକୁ ରପ୍ତାନୀ କରି ଲାଭବାନ ହୋଇଛି କମ୍ପାନୀ ! ହେଲେ ଖଣି ଲିଜ ସର୍ତ୍ତରେ ଥିବା ଜନମଙ୍ଗରା ଓ ପରିପାର୍ଶ୍ଵିକ ବିକାଶ ଦିଗକୁ ଏହି କମ୍ପାନୀ ଆଖି ବୁଜିଦେଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ତ ସମାଜ ସେବୀ ।  ଜିଲାର ଜଙ୍ଗଲ ଓ ପରିବେଶ ନଷ୍ଟ କରିବା ସହ ସ୍ଥାନୀୟ ଲୋକଙ୍କ ଜୀବନଜୀବିକାକୁ ବିପନ୍ନ କରି ଖଣିକାର୍ଯ୍ୟ କରି ମାଲାମାଲ ହୋଇଥିବା ଏହି ସଂସ୍ଥା ଜିଲାରେ ରାସ୍ତାଘାଟ, ଡାକ୍ତରଖାନା, ବିଦ୍ୟାଳୟ ଭଳି କୌଣସି ଆଖି ଦୃଶିଆ ଜନକଲ୍ୟାଣ କାର୍ଯ୍ୟ କରି ନ ଥିବା ବେଳେ ସରକାରଙ୍କ ଖଣି, ଜଙ୍ଗଲ, ଆଉ ପ୍ରଦୂଷଣ ବିଭାଗ କନ୍ନ ଅନ୍ଧ, ମୁକ ଆଉ ବଧିର ପାଲଟି ଯାଇଛି କି ବୋଲି ପ୍ରଶ୍ନ କରିଛନ୍ତି ସେମାନେ । ଏପରିକି ଖଣିରେ ମେଶିନ ବ୍ୟବହାର କରି ସ୍ଥାନୀୟ ଲୋକକଙ୍କ ପେଟକୁ ବି ଏ କମ୍ପାନୀ ଗୋଇଠା ମାରିଛି  ବୋଲି ସେମାନଙ୍କ ଅଭିଯୋଗ । ଏହି କାରଣରୁ ସେ ଅଞ୍ଚଳରେ ଶ୍ରମିକ ଅଶାନ୍ତି ଲାଗି ରହିଥିବା ବେଳେ ଲୋକ ମାନେ ବି ଉତକ୍ଷିପ୍ତ ହୋଇ ଅଛନ୍ତି । ପ୍ରଶାସନ ଓ ସ୍ଥାନୀୟ ନେତାଙ୍କୁ ହାତ କରି ଆନ୍ଦୋଳନକୁ ଦବାଇ ଦେବାକୁ ବାରମ୍ବାର ଉଦ୍ୟମ କରାଯାଇଛି । ଉକ୍ତ ଖଣିରେ ଚାଲିଆସୁଥିବା ବେଆଇନ ବେନିୟମ କାର୍ଯ୍ୟ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଖଣି ବିଭାଗ କର୍ତ୍ତୃପକ୍ଷ କି ମହୁ ଖାଉଛନ୍ତି କେଜାଣି ସବୁ ଚୁପ  । ଏପରିକି ଖଣି ଦ୍ୱାରା ବ୍ୟାପକ ଜଙ୍ଗଲ, ଜୀବଜନ୍ତୁ, ଜଳସ୍ରୋତ, ବନବାସୀ କ୍ଷତିଗ୍ରସ୍ତ ହେଉଥିଲେ ହେଁ ପ୍ରଶାସନ ସେଥିପ୍ରତି ଆଦୌ ଗୁରୁତ୍ୱ ଦେଉ ନାହିଁ। ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ପ୍ରଦୂଷିତ ହେଉଥିଲେ ହେଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଖି ବୁଜି ଦେଉଛି । ବନ ବିଭାଗ ମଧ୍ୟ ଜଙ୍ଗଲ ଓ ପରିବେଶ କ୍ଷୟକ୍ଷତି, କ୍ଷତିଗ୍ରସ୍ତ ବନ୍ୟପ୍ରାଣୀର ଆକଳନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ପରିବେଶବିତ୍‌ମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। 

ସରକାର କହିଲେ ଶିଳ୍ପ ନାହିଁ ତ ଖଣି ନାହିଁ ! ଆଉ  ନୀତି  ବି କଲେ, ହେଲେ ସରକାରଙ୍କ ନୀତି ଉପରେ ଏହି ଖଣି ସଂସ୍ଥା ପରିସ୍ରା ବି କରୁନଥିବା ବେଳେ. ଗୋଟାଏ ବି ଶିଳ୍ପ ପ୍ରତିଷ୍ଠା ନକରି କେମିତି ବିଶାଳ ଖଣି ଅଞ୍ଚଳରୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ପାଇଁ ଅନୁମତି ଦିଆଯାଉଛି, ସେରଥିରୂ ସରକାରଙ୍କ ପାରିବାର ପଣିଆ ପଦାରେ ପଡିଯାଉଛି । ସରକାର ବାହାର ସଂସ୍ଥାସହ ଶିଳ୍ପ ପ୍ରତିଷ୍ଠା ପାଇଁ ଏମଓୟୁ ଦସ୍ତଖତ କରୁଥିବା ବେଳେ ଏହି ସଂସ୍ଥାକୁ ଜିଲ୍ଲାରେ କାରାଖାନାଟିଏ କରିବା ପାଇଁ ବାଧ୍ୟ କରିପାରୁନାହାନ୍ତି କାହିଁକି? ଏହି ଖଣିରେ ରୁଲ ୩୭ଜ ବ୍ୟାପକ ଉଲ୍ଲଙ୍ଘନ ହୋଇଥିବା ବେଳେ ଓ  ଖଣିରେ ବେଆଇନ କାମ ଧରା ପଡିବା ସତ୍ୱେ ଖଣିଜ ଖନନ କରି ଜାରି ରଖିବା ପଛରେ କଣ କାରଣ ଥାଇପାରେ ? ତେଣୁ କଥାରେ ଅଛି ତୁ ଗୁହାରୀ କରିବୁ ଯାହାକୁ , ମୁ ଘଇତା କରିଛି ତାହାକୁ ! ତେଣୁ ଲୋକ ଯାହା ନିକଟରେ ଅଭିଯୋଗ କରିବେ ସେ ଯଦି ଖଣି ସଂସ୍ଥାର ପାକେଟରେ ତେବେ ଲୋକ ଗୁହାରି କରିବେ ଯାଇ କାହାକୁ ! ବ।ଡ ଯଦି ଫସଲ ଖାଇବା ଭଳି ସ୍ଥିତି ଯେହେତୁ, ଲୋକମାନେ କେତେବେଳେ ଯେ ସରକାର ଓ ପ୍ରଶାସନ ବିରୋଧରେ ଠିଆ ହେବେ ତାହା କହି ହେବ ନାହିଁ ।  ଏପରିକି ବେଆଇନ କାମ ଧରା ପଡିବା ପରେ ମଧ୍ୟ ମାମଲା ରୁଜୁ କରା ନ ଯିବା ଏବଂ କାହରିକୁ ଗିରଫ କରା ନ ଯିବା ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସମ୍ପର୍କରେ ସିରାଜଉଦ୍ଦିନ ଖଣି ପରିଚାଳକ ପ୍ରମୋଦ କୁମାର ଦେହୁରି କହିଛନ୍ତି ଯେ, ୨୦୨୦ ପରେ ନିୟମାନୁଯାୟୀ ଖଣି ନିଲାମ ହୋଇ ପାରେ। ତେବେ ଖଣି ଲିଜ ଅବଧି ସମ୍ପ୍ରସାରଣ ପାଇଁ ପଦକ୍ଷେପ ନିଆଯାଉଛି। କମ୍ପାନୀର କୌଣସି କାରଖାନା କିମ୍ବା ମେଡିକାଲ ନାହିଁ। ତେବେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ଏକ ଡିସପେନସାରୀ ଖୋଲାଯାଇଛି। ଖଣିରେ କୌଣସି ଅନିୟମତତା ହୋଇନାହିଁ। ଖଣିର ଉପତ୍ାଦନ କ୍ଷମତା ୨୦୧୩ରେ ବୃଦ୍ଧି କରାଯାଇ ଥିଲେ ହେଁ ପାଖାପାଖି ୭୫ ପ୍ରତିଶତ ଉତ୍ତୋଳନ କରିପାରୁଛୁ ବୋଲି ସେ କହିଥିଲେ । ଏ ନେଇ ଯୋଡା ଖଣି ଉପନିର୍ଦ୍ଦେଶକ ଏସ. କେ ନାୟକ କହିଛନ୍ତି ଯେ ଡିସେମ୍ବର ୧ତାରିଖ ସୁଦ୍ଧା ଲିଜ୍‌ ସମ୍ପ୍ରସାରଣ ଅନୁମତି ନ ଆସିଲେ ଖଣି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବ। ସେହିପରି ଖଣି ସଂସ୍ଥା ଉପରେ ହୋଇଥିବା ଜରିମାନା ନିର୍ଦ୍ଧାରିତ ସମୟ ମଧ୍ୟରେ ପୈଠ କରା ନ ଗଲେ ଅଦାଲତଙ୍କ ଆଦେଶ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରଙ୍କ ଅନୁମତିକ୍ରମେ ଉକ୍ତ ସଂସ୍ଥାର ଲିଜ ବାତିଲ କରାଯାଇପାରିବ ବୋଲି ସେ କହିଛନ୍ତି।

ହେଲେ ଯେଉଁଠି ରାଜ୍ୟ ସରକାର ନିଜେ ଖଣି ଆଇନ ର ଉଲ୍ଲଙ୍ଘନ ପାଇଁ ନୋଟିସ କରି ବି କାର୍ଯ୍ୟାନୁଷ୍ଠାନ ହୋଇନି , ଆଉ ବିଜୁ ବାବୁଙ୍କ ଘନିଷ୍ଠ ସହକର୍ମୀ ତଥା କେନ୍ଦୁଝର ଜିଲ୍ଲାର ଏକଦା ପ୍ରଭାବଶାଳୀ ଲୋକପ୍ରିୟ ପୂର୍ବତନ ବିଧାୟକ ମୁରଲୀଧର କୁଅଁର  ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ସିରାଜୁଦଦ୍ଦିନ ଖଣିର କାର୍ନାମା ବିଷୟରେ ଉଲ୍ଲେଖ କଲେ ବି କିଛି ସୁଫଳ ମିଳିନି ! ତେଣୁ ଖଣି ଖନନର କୁପ୍ରଭାବ ରେ ଛଟପଟ ହେଉଥିବା ଆଉ ଜୀବନ ଜୀବିକା ବିପନ୍ନ ହଇଯାଇଥିବା ମଳି ମୁଣ୍ଡିଆ ଙ୍କ କଥା ବା ଶୁଣୁଛି କିଏ ? ତୃତୀୟ ମହଲା ଠାରୁ ଆରମ୍ଭ କରି ଯୋଡ଼ା ଖଣି କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତେ ମୋଟା ଅଙ୍କର ମାଲ ଖାଇ ଖଣି ନବୀକରଣ କରି ଦେଇ ପାରନ୍ତି, ହେଲେ ଚୋରା ଘର ସବୁଦିନ ଅନ୍ଧାର ନୁହେ ! ସରକାରଙ୍କୁ ଏହାର  କୁପରିଣତି ଯେ ଆସନ୍ତା ନିର୍ବାଚନ ରେ ଭୋଗିବାକୁ ପଡିପାରେ ଏହାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ !

Leave A Reply

Your email address will not be published.