ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

3

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୧/୦୪/୨୫ ରାଜ୍ୟରେ ଆଜି ଠାରୁ ବହୁ ପ୍ରତିକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ର ଶୁଭାରମ୍ଭ ହୋଇଛି। କଟକ ବାଲିଯାତ୍ରା ପଡିଆ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା ଏହାର ଶୁଭାରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ଆଭାଷି ମାଧ୍ୟମରେ ଡାବୁଗାଁ ଜନ ସ୍ଵାସ୍ଥ୍ୟ ବିଭାଗ ତରଫରୁ ରାବଣାଗୁଡ଼ା ଓ ମେଦନା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଭାଷୀ ମାଧ୍ୟମରେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରସାରଣ କରାଯାଇଥିଲା। ମେଦନା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତି ରାମ ନାୟକ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ,ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ଡାବୁଗାଁ ମଣ୍ଡଳ ବିଜେପି ସଭାପତି ମନୋଜ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ପରେ ହିତାଧିକାରୀ ଓଡ଼ିଶା ବ୍ୟତୀତ ବାହାର ରାଜ୍ୟରେ ମଧ୍ୟ ସ୍ୱାସ୍ଥ୍ୟସେବା ପାଇ ପାରିବେ । ଆଗାମୀ ୩ ମାସ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀ ଆୟୁଷ୍ମାନ କାର୍ଡ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏଥି ସହ ଆଜି ଏକ କାଳୀନ ଭାବେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ମଧ୍ୟ ଶୁଭାରମ୍ଭ ହୋଇଛି। ଅନ୍ୟ ମାନଙ୍କ ମଧ୍ୟରେ ମେଦନା ସରପଞ୍ଚ ସୁମିତ୍ରା ମାଝୀ, ଚଚରାଗୁଡ଼ା ସରପଞ୍ଚ ରଞ୍ଜୁ ଭତରା, ଅଞ୍ଚଳା ସରପଞ୍ଚ ରମେଶ ମାଝୀ, ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ,ନରେଶ ସିଂ,ନୂରୁ ସିଂ,ଜି ସତ୍ୟା ରାଓ,ଆର ଶଙ୍କର ରାଓ,ପାପିନି ମୁନି, ୱାଇ ରାଜ ଶେଖର ଦୋରା,ଦିନେଶ ସିଂ,ଲକ୍ଷ୍ମୀ ଜାନି,ରତନ କଲାର, ପଙ୍କୋଜ, ଦିନ ବନ୍ଧୁ ଓ ଗୋବିନ୍ଦ ମାଝୀ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ। ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନ ସ୍ଵାସ୍ଥ୍ୟ ଅଧିକାରୀ ପୁଷ୍ପାଞ୍ଜଳି ସାମଲ,ସମସ୍ତ ଡାକ୍ତର ସହ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.