ବାଣପୁର:(ସେକ କୌସର):ଓଡ଼ିଶା ସରକାରଙ୍କ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜିଥିଲା “ବର୍ଣ୍ଣବୋଧ” ଦିବସ। ଏହି ପ୍ରାୟୋଜିତ କାର୍ଯ୍ୟକ୍ରମ ବାଣପୁରର ସାହିତ୍ୟସିନ୍ଦୁରା ଅନୁଷ୍ଠାନ ତରଫରୁ ବିଧାରପୁରର ପରୀଡ଼ା ପାଠଗାର ପରିସରରେ ଶିକ୍ଷାବିତ୍ ଗୋଲକ ବିହାରୀ ପରୀଡ଼ାଙ୍କ ନିମନ୍ତ୍ରଣ କ୍ରମେ ମହାସମାରୋହ ପାଳିତ ହୋଇଥିଲା। ଓଡ଼ିଆଭାଷାର ମୌଳିକତା ରକ୍ଷା କରିବାରେ “ମଧୁ ବର୍ଣ୍ଣବୋଧ “ର ଭୂମିକା ସଂପର୍କୀତ ଏକ ଆଲୋଚନାଚକ୍ରରେ ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ ସଭାପତିତ୍ୱ କରିଥିବା ବେଳେ ଓଡ଼ିଆ ଭାଷାତତ୍ବବିତ୍ ଗୋକୁଳାନନ୍ଦ ଦାସ ମୁଖ୍ୟ ଅତିଥି, ଓଡ଼ିଆ ଭାଷା ସୁରକ୍ଷା ସମିତି ବାଲୁଗାଁର ସଭାପତି କବି ରଙ୍କନାଥ ସେଠୀ ମୁଖ୍ୟବକ୍ତା ଭାବରେ ଯୋଗଦେବା ସହିତ କବି ପୁରୁଷୋତ୍ତମ ମହାପାତ୍ର, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଅଧ୍ୟାପକ ଭବାନୀପ୍ରସାଦ ହୋତା, ଶିକ୍ଷାବିତ୍ ଆନନ୍ଦଚନ୍ଦ୍ର ସେନାପତି, ଲକ୍ଷ୍ମୀଚରଣ ପ୍ରଧାନ, ଶିଶିର କୁମାର ଦାସ, ଶେଷଦେବ ମହାରଣା, ରବୀନ୍ଦ୍ରନାଥ ମାନସିଂ, ନୀଳମଣି ସାହୁ, ଅମରେଶ୍ଵର ଘଡ଼ାଇ,ଏକତା ପରିଷଦର ଆବାହିକା ସଂଧ୍ୟାଦେବୀ, କବୟତ୍ରୀ ସ୍ମୃତି ପଟ୍ଟନାୟକ, ଓଡ଼ିଶୀ ନୃତ୍ୟଗୁରୁ ମାଧବଚ଼ନ୍ଦ୍ର ପଲାଇ, ବିଷ୍ଣୁପ୍ରିୟା ବାରିକ, ନବକିଶୋର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ବହୁ ସାହିତ୍ୟିକ, ବୁଦ୍ଧିଜୀବି ଆଲୋଚ଼ନାରେ ଯୋଗ ଦେଇ ମାତୃଭାଷା ଓଡ଼ିଆର ସୁରକ୍ଷା ଓ ପ୍ରଚାର ପ୍ରସାର ସହିତ ମୌଳିକତା ରକ୍ଷା କରିବାରେ “ମଧୁବର୍ଣ୍ଣବୋଧ” ହିଁ ଏକ ମାତ୍ର ପାଠ୍ୟପୁସ୍ତକ ଭାବରେ ପ୍ରେରଣା ଯୋଗାଇଦେବ ବୋଲି ମତପ୍ରକାଶ କରି ବହୁ ବର୍ଷ ପରେ ଓଡ଼ିଶା ସରକାର ଏହି ପୁସ୍ତକକୁ ଗୁରୁତ୍ୱ ଦେଇ ପ୍ରାଥମିକ ବିଦ୍ୟାଳୟରେ ପୁଣି ପ୍ରଚଳନ କରିବାକୁ ପଦକ୍ଷେପ ଗ୍ରହଣ କରିଥିବାରୁ ସରକାରଙ୍କ ଏହି ନିଷ୍ପତିକୁ ସାଧୁବାଦ ଜଣାଇଥିଲେ।ଭକ୍ତକବି ମଧୁସୂଦନ ରାଓଙ୍କ ଅଦମ୍ୟ ପ୍ରଚେଷ୍ଠାରେ୧୮୮୫ ରେ ମୁଦ୍ରିତ ଏହି ପୁସ୍ତକଟି ବିଟ୍ରିଶ ଶାସିତ ଓଡ଼ିଶାର ଘରେ ଘରେ ଓଡ଼ିଆ ଭାଷା ପଠନ, ଲିଖନର ଏକମାତ୍ର ନିର୍ଭରଯୋଗ୍ୟ ପାଠ୍ୟପୁସ୍ତକ ଭାବରେ ପ୍ରଚଳିତ ଥିଲା ଯାହାକି ମାତୃଭାଷା ଓଡ଼ିଆର ମୌଳିକତା ରକ୍ଷା କରିବାରେ ସହାୟକ ହୋଇପାରିଥିଲା। ବୈଦେଶିକ ଭାଷାର ପ୍ରଭାବରେ ବର୍ତ୍ତମାନ ମାତୃଭାଷା ଓଡ଼ିଆରେ ଲିଖନ ପଠନ, କଥନ ଅତିବିକୃତ ଅବସ୍ଥାକୁ ଆସିଯାଇଥିବା ବେଳେ ଏହାର ସୁରକ୍ଷା ଓପୁନଃରୁଦ୍ଧାର ପାଇଁ ସରକାର ଆନ୍ତରିକତାର ସହିତ ବିହିତ ପଦକ୍ଷେପ ଗ୍ରହଣ କଲେ ପୁଣି ମାତୃଭାଷା ଓଡ଼ିଆ ପଠନ ପ୍ରତିଯୁବସମାଜ ଆଗ୍ରହ ପ୍ରକାଶ କରିବେ ବୋଲି ମତପ୍ରକାଶ ପାଇଥିଲା। ଶେଷରେ ଶ୍ରୀଯୁକ୍ତ ପରୀଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.