ଓଡ଼ିଶାର ପ୍ରଥମ ପରିଚୟ ପଖାଳ ବ୍ୟଞ୍ଜନ ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ

0

“ପ୍ରଗତି” ମହିଳା ସଂଗଠନ ଆନୁକୂଲ୍ୟରେ “ପଖାଳ ଦିବସ” ପାଳିିିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ “ପଖାଳ ଦିବସ ” ସଭାପତି କଳ୍ପନା ପଟ୍ଟନାୟକଙ୍କ ସଭାପତିତ୍ବରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡା , ମୁଖ୍ୟ ବକ୍ତା ଭାବେ ମନୋଜ କୁମାର ପଟ୍ଟନାୟକ , ସମ୍ମାନୀତ ଅତିଥି ଭାବେ ସୁଲତା ଶୁଭଦର୍ଶିନୀ , ସ୍ଵତନ୍ତ୍ର ଅତିଥି ଭାବେ ଦୁର୍ଗାପ୍ରସାଦ ପାଢୀ ଓ ଅତିଥି ଭାବେ , ହରିମୋହନ ପଟ୍ଟନାୟକ , ଲୋକନାଥ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।
ଓଡ଼ିଶାର ପ୍ରଥମ ପରିଚୟ ପଖାଳ ବ୍ୟଞ୍ଜନ ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ। ବିଭିନ୍ନ ଦୃଷ୍ଟି କୋଣରୁ ବିଚାର କରାଯାଇ ପଖାଳର ଚାହିଦା ଆଞ୍ଚଳିକ ସ୍ତରରୁ ବିଶ୍ବ ଦରବାର କିଭଳି ଆଜି ରୁଚିବୋଧ ଓ ସମ୍ମାନିତ ସେ ସମ୍ପର୍କରେ ବକ୍ତା ମାନଙ୍କର ପ୍ରାଞ୍ଜଳ ଉତ୍ତର ଥିଲା। ଉତ୍କଳୀୟ ପରମ୍ପରା ଏବଂ ସଂସ୍କୃତିର ପଖାଳ କଂସା ବାସ୍ତବରେ ଋଚିବୋଧ ଏବଂ ଏକତା ର ଏକ ଜ୍ବଳନ୍ତ ନମୁନା।
ଅନୁଷ୍ଠାନର ସଂପାଦିକା ତନୁଜା ଶତପଥୀ ବିବରଣୀ ପାଠ କରିଥିବା ବେଳେ ତନୁଜାଙ୍କୁ ଏକାମ୍ର ରତ୍ନ ସମ୍ମାନ (ଭୁବନେଶ୍ଵରର) ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୂର୍ବତନ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରି ପ୍ରାୟ ୪୦ ଗୋଟି କବିତାକୁ ସଂଯୋଜନା କରିଥିଲେ।
ଏହି ଅବସରରେ ଗୃହିଣୀ ଓ ଝିଅଙ୍କ ପାଇଁ ବେସର ପ୍ରସ୍ତୁତି , କାଞ୍ଜି ପ୍ରସ୍ତୁତି ଶାଗଭଜା ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ।
ସଭାକାର୍ଯ୍ୟ ଆରମ୍ଭରେ ଶୁଭଶ୍ରୀ ଭୁକ୍ତା ପ୍ରାକ୍ ସୂଚନା ଓ ପରିଚୟ ପ୍ରଦାନ କରିଥିବା ବେଳେ ସ୍ନେହା ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.