ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଓ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳନ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଶ୍ରୀ ଶଙ୍କର କେରକେଟା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି , ଶ୍ରୀ ଅନୁପ ପଣ୍ଡା , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି , ଶ୍ରୀ ଅଂଶୁମାନ ମହାପାତ୍ର , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ବରିଷ୍ଟ ନାଗରିକ ପ୍ରମୁଖ ମଞ୍ଚାସିନ ଥିଲେ।
ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉକ୍ତ ଦିନ ପ୍ରାତଃ ୪.୩୦ ମିନିଟ୍ ସମୟରେ ସହରରେ ରାମଧୁନ ପରିବେଷଣ କରାଯିବ। ସହରରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମର୍ତ୍ତିରେ ୬ ଘଟିକା ସମୟରେ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯିବ। ତାହା ସହ ୭ ଘଟିକା ସମୟରେ ଶୋଭାଯାତ୍ରା ସରସ୍ଵତୀ ଶିଶୁ ମନ୍ଦିରରୁ ବାହାରି ପୁରୁଣା ବଷ୍ଟାଣ୍ଡ ଦେଇ , ହାଇସ୍କୁଲ ଛକ ଓ ରାଜ ଦାଣ୍ଡ ଦେଇ ଗାନ୍ଧୀ ଛକ ଠାରେ ଶୋଭାଯାତ୍ରା ସମାପ୍ତ ହେବ।
ଏହି ଶୋଭାଯାତ୍ରାକୁ ଅଧିକ ଆକର୍ଷଣ କରିବା ପାଇଁ ସ୍ଥାନୀୟ ବିରବାଦ୍ୟ , ପାଇକ ଆଖଡ଼ା ଦଳ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସାଂସ୍କୃତିକ ତଥା ମହାପୁରୁଷ ବେଶଭୂଷା ସହ ପ୍ରଜ୍ଞାପନ ମେଢ଼ କରାଯିବାକୁ ସ୍ଥିର କରାଯାଇଛି। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିପରି ଉକ୍ତ ଦିନ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ , ସମସ୍ତ ବ୍ୟାଙ୍କ୍ , ବୀମା କମ୍ପାନୀ , ହୋଟେଲ , ସିନେମା ହଲ୍ ଗୁଡ଼ିକରେ ଓଡ଼ିଶା ଦିବସ ଦିନ ରଙ୍ଗବେରଙ୍ଗର ଲିଚୁ ତରଣ ଦ୍ବାରା କୋଠାବାଡ଼ି ଗୁଡ଼ିକରେ ଆଲୋକ ସାଜସଜ୍ଜା କରାଇବାକୁ ବୈଠକରେ ନିଷ୍ପତି ନିଆଯାଇଛି। ପରେ ପରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଏକ ସାଧାରଣ ସଭା ଦିବା ୧୧ ଘଟିକା ସମୟରେ ଆୟୋଜନ କରାଯିବ।
ଆଜିର ଏହି ପ୍ରସ୍ତୁତି ବୈଠକରେ ଡାକ୍ତର ମହମ୍ମଦ ମୁବାରକ୍ ଅଲ୍ଲୀ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଗଜପତି , ଶ୍ରୀ ଲକ୍ଷ୍ମଣ କୁମାର ମୂର୍ମୁ , ନିର୍ବାହୀ ଅଧିକାରୀ , ପୌରପରିଷଦ , ପାରଳାଖେମୁଣ୍ଡି , ଡ଼. ମାୟାଧର ସାହୁ , ଜିଲ୍ଲା ଶିକ୍ଷା ଅଧିକାରୀ ଗଜପତି , ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରୀ , ଶ୍ରୀ ପ୍ରଦୀପ୍ତ ଗୁରୁମାଇ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ , ଗଜପତି ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ବରିଷ୍ଠ ନାଗରିକ , ବୁଦ୍ଧିଜୀବୀ , ସମସ୍ତ ଗଣମାଧ୍ୟମ ପ୍ରତିନିଧି ଗଣ ଓ ବିଭିନ୍ନ ଅନୁଷ୍ଠାର କର୍ମକର୍ତ୍ତା ପ୍ରମୁଖ ବୈଠକ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.