କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ପୂଜାର୍ଚ୍ଚନା ସହିତ ଉଦଘାଟିତ ହେଲା ପାରବା ମଞ୍ଚ l

0 1

ଖୋଲା ମଞ୍ଚରେ ପ୍ରଦର୍ଶିତ ହେଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) କଳାହାଣ୍ଡି ଉତ୍ସବର ଦ୍ଵିତୀୟ ସାଂସ୍କୃତିକ ଖୋଲା ମଞ୍ଚ, ପାରବା ମଞ୍ଚ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବୈଦ୍ୟରାଜ ପବିତ୍ର ଶବର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ. ଜୀ, ସଦର ଏସଡିପିଓ ଆଜିଙ୍କ୍ୟ ମାନେ ପ୍ରମୁଖ ଯୋଗ ଦେଇଥିଲେ। ପାରବା ଖୋଲା ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ସୌରଭ ମହାପାତ୍ରଙ୍କ ସମେତ ହେମନ୍ତ ସାହୁ, ବନଶ୍ରୀ ଦାଶ, ରିଆଜ ଖାନ, ଆଶୁତୋଷ ପୁରୋହିତ, ରାମପ୍ରସାଦ ତ୍ରିପାଠୀ, ଦୀପ୍ତିମୟୀ ସିଂହ, ଲିପ୍ସା ମହାରଣା, ଶିବଶକ୍ତି ପୁରୋହିତ ପ୍ରମୁଖ ମଞ୍ଚ ସଂଯୋଜନା କରିଥିଲେ। ଏହି ଅବସରରେ ପାରବା ମଞ୍ଚରେ ପ୍ରଗତି ଗ୍ରୁପ ତରଫରୁ ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ଅମ୍ରିତା ଏଣ୍ଡ ଗୃପ୍ ଟ୍ରାଇବାଲ ଡ୍ୟାନ୍ସ ଏକାଡେମୀ, କୁମ୍ କୁମ୍ ବାଗ, ପ୍ରଗତି କନ୍‌ସେପ୍ଟ ସ୍କୁଲ, ହରିବଲ୍ଲବ ସାହୁ, ଚକାଡୋଳା ଡ୍ୟାନ୍ସ ଗୃପ-ଏ, ସୋହାନୀ ପ୍ରିୟଦର୍ଶିନୀ ମହାରଣା, ସକ୍ଷମ୍ ଡ୍ୟାନ୍ସ ଗୃପ, ଥୁଆପଦର ୟୁପି ସ୍କୁଲ, ଅର୍ଚ୍ଚିତା ଓ ଗୃପ, ମୟୁରୀ ଡ୍ୟାନ୍ସ ଗୃପ, ଚକାଡୋଳା ଡ୍ୟାନ୍ସ ଗୃପ–ବି, ୟଶପାଲ ପଣ୍ଡା, ପ୍ରଗତି ଫଗଣ, ମେଘା ଟିମ, ଏଲି ଡ୍ୟାନ୍ସ ଗ୍ରୁପ ଦ୍ୱାରା ଆକର୍ଷଣୀୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Leave A Reply

Your email address will not be published.