ବରଗଡ଼: ତା ୦୩/୦୧/୨୦୨୫ ରୁ ୧୩/୦୧/୨୦୨୫ ରିଖ ପର୍ଯ୍ୟନ୍ତ ଏଗାର ଦିନ ଧରି ଚାଲିଥିବା ୭୭ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଅବସରରେ ଭାରତୀୟ ରେଡକ୍ରସ ସଂସ୍ଥା, ଓଡ଼ିଶା ରାଜ୍ୟ ଶାଖା, ଭୁବନେଶ୍ୱର ତଥା ଜିଲ୍ଲା ଶିକ୍ଷlଧିକାରୀ, ବରଗଡ ଏବଂ ଜିଲ୍ଲା ଜୁନିଅର୍ ରେଡକ୍ରସ ସଂସ୍ଥାର ମିଳିତ ଆନୁକୁଲ୍ୟରେ ଏକ ସାମାଜିକ ସେବା ଶିବିରର ଆୟୋଜନ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ, ଖଜୁରଟିକିରl ଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିକ୍ଷlଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛାତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଶିବିରରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଜ୍ୟୋତିକlନ୍ତ ସାହୁ, ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀଯୁକ୍ତ ସୁଦୀପ୍ତ କୁମାର ନାୟକ, ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ରାଉତରାୟ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିବା ସଙ୍ଗେ ସଙ୍ଗେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଜଳ, ଓ ଆର୍ ଏସ୍ ଜଳ, ଗରମ ଜଳ ତଥା ଗ୍ଲୁକୋଜ ଜଳ ବଣ୍ଟନ କରିଥିଲେ। ଜିଲ୍ଲା ଜୁନିଅର୍ ରେଡକ୍ରସ ଅଫିସର ତଥା ଶିବିର ପରିଚାଳକ ଶ୍ରୀଯୁକ୍ତ ହେମନ୍ତ କୁମାର ସାମଲ ଙ୍କୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ଜିଲ୍ଲା ଜୁନିଅର୍ ରେଡକ୍ରସ ସାଧନ କର୍ମୀ ଶ୍ରୀଯୁକ୍ତ ଧର୍ମରାଜ ପ୍ରଧାନ,ଶ୍ରୀଯୁକ୍ତ ମନୋଜ ସାହୁ, ଶ୍ରୀଯୁକ୍ତ ଦ୍ଵାଦଶ ପଧlନ, ମନୋହର ଦାସ, ସେବବିନିମୟ ଯୁକ୍ତା ବାରିକ, ଶୁଭଶ୍ରୀ ଭୋଇ, ଡିଲେଶ୍ୱର ସାହୁ,ର୍ମହେନ୍ଦ୍ର ଆଚାର୍ଯ୍ୟ, କୃଷ୍ଣ ଚନ୍ଦ୍ର ନାୟକ, ଦାମୋଦର ମହାପାତ୍ର, ,ଝରଣା ଦାସ, ପ୍ରଦୀପ ପ୍ରଧାନ, ବିଶ୍ବମ୍ବର ପଧlନ, ଜ୍ୟୋସ୍ନାମୟୀ ସ୍ୱାଇଁ, ଜ୍ୟୋସ୍ନା ମହାନନ୍ଦ, ହେମଚନ୍ଦ୍ର ଭୋଇ,ଦେବରାଜ ପଧlନ, ଲୋପାମୁଦ୍ରା ସାହୁ,ସବିତା ପାଣିଗ୍ରାହୀ, ଅଶୋକ ନାରଙ୍ଗ ତଥା ଜେନିଥ ଲାୟନ୍ ଗୁରୁକୁଳ ଓ ସ୍ଥାନୀୟ ବିଦ୍ୟାଳୟର ଜୁନିଅର୍ ମାନେ ସହଯୋଗ କରି ଶିବିର କୁ ସଫଳତାର ସହ ସମ୍ପୂର୍ଣ୍ଣ କରିବା ସହ ଧନୁଯାତ୍ରା କର୍ମକର୍ତ୍ତା ଓ ପ୍ରଶାସନ ନିକଟରୁ ଭୂୟସୀ ପ୍ରଶଂସା ସାଉଁଟିଥିଲେ।
Sign in
Sign in
Recover your password.
A password will be e-mailed to you.