ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ତେ
ଲୁଗୁ ସମ୍ପ୍ରଦାୟ ତରଫରୁ ମକର ସଂକ୍ରାନ୍ତି ଉପ ଲକ୍ଷେ ଭୋଗି ଉତ୍ସବ ପାଳିତ ହୋଇଯାଇଛି। ଡାବୁଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖ ରେ ଆୟୋଜିତ ଭୋଗି କାର୍ଯ୍ୟକ୍ରମରେ ବୟୋଜ୍ୟେଷ୍ଠ ଏଲ ମୋହନ ଆଚାରି ସ୍ଵତନ୍ତ୍ର ପୂଜାର୍ଚ୍ଚନା ପରେ ଭୋଗି ରେ ଅଗ୍ନି ସଂଯୋଗ କରି ଶୁଭାରମ୍ଭ କରିଥିଲେ। ତେଲୁଗୁ ସମ୍ପ୍ରଦାୟର ଯୁବକ ଯୁବତୀ ସହ ପରିବାର ବର୍ଗ ଏକତ୍ରିତ ହୋଇ ଭୋଗି ଉତ୍ସବ କୁ ଆନନ୍ଦ ଉଲ୍ଲାସ ର ସହ ପାଳିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇ ଏହା ଏକତା ଓ ଭାଇ ଚାରାର ପର୍ବ ବୋଲି କହିଥିଲେ। ଏହି ନୂତନ ବର୍ଷରେ ସମସ୍ତ ପରିବାର ମଧ୍ୟରେ ସୁଖ ଶାନ୍ତି ବିରାଜ ମାନ କରିବା ସହ ମଙ୍ଗଳ ମୟ ହେଉ ବୋଲି କହିଥିଲେ। ତେଲୁଗୁ ସମ୍ପ୍ରଦାୟର ବରିଷ୍ଠ ସଦସ୍ୟ ତଥା ସଦସ୍ୟା ମାନଙ୍କୁ କମିଟି ତରଫରୁ ଉପ ଢଉକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଭୋଗି ଓ ପୋଙ୍ଗଲ ଉପଲକ୍ଷେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଗୀତ ନାଚ ର ଆସର ହେବା ସହ ଦର୍ଶକ ଏହାର ଭରପୁର ମଜା ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଏମ ଆପ୍ପା ରାଓ,ଜି ସାଇ ରାଜୁ,ଜି ପ୍ରକାଶ ରାଓ,ଜି ଭେଙ୍କେଟେଶ୍ୱର ରାଓ,ଜି ଗୋପାଳ କ୍ରିଷ୍ଣା ରାଓ,ଏମ ବୁଲୁ ରାଓ ଓ ଜି ଜଗନ୍ନାଥ ରାଓ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ। ଆସନ୍ତା କାଲି ପ୍ରତ୍ୟେକ ତେଲୁଗୁ ସମ୍ପ୍ରଦାୟର ଘରେ ଘରେ ପିତୃ ପୁରୁଷ ଙ୍କ ଶ୍ରାଦ୍ଧ କରାଯାଇ ପିଠାପଣା ସହ ମକର ଚାଉଳ ର ଖିରି କରାଯିବ। ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବାକୁ ଥିବା ବେଳେ ଶେଷ ଦିନ କାଡୁମୁ ପାଳିତ ହେବ।
Sign in
Sign in
Recover your password.
A password will be e-mailed to you.
Next Post