ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ।

0 1

 ମୟୂରଭଞ୍ଜ ରୁ ଶ୍ରୀ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି ବାର୍ଷିକ ଓ ପୁରସ୍କାର ବିତରଣ ଉତ୍ସବ । ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଅମୁଲ୍ୟ କୁମ୍ଭକାର ଙ୍କ ସଭାପତିତ୍ବରେ ପାଳନ ହୋଇଥିବା ଏହି ଉତ୍ସବରେ ସ୍ଵତନ୍ତ୍ର ଅତିଥି ଭାବେ କବି ବିଷ୍ଣୁ ଶତପଥୀ,ଡଃ ସରୋଜ ନାୟକ, ଅମିତାଭ ମିଶ୍ର ପ୍ରମୁଖ ଯୋଗଦେଇ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଅବସରରେ କବି ବିଷ୍ଣୁ ଶତପଥୀ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଏକତା ସୂତ୍ରରେ ବାନ୍ଧି ହୋଇ ରହିବାକୁ ଉପଦେଶ ଦେବା ସହିତ ମଙ୍ଗଳ କାମନା କରିଥିଲେ । ଶ୍ରୀ ନାୟକ ଉକ୍ତ ବିଦ୍ୟାଳୟର ଯଶ କୀର୍ତ୍ତି କୁ ବଢ଼ାଇବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ପୂର୍ବ ବର୍ଷର ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସବରେ ପୁଷ୍ପ ଗୁଛ ଦେଇ ସମ୍ମାନିତ କରାଯାଇ ଥିବା ସହିତ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତା ରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରି ସମ୍ମାନିତ କରାଯାଇଥିଲା । ମଧ୍ୟାହ୍ନ ଭୋଜନ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ହୋଇଥିଲା । ଶିକ୍ଷୟିତ୍ରୀ ପୁଷ୍ପଙ୍ଗାନା ସାନ୍ତ୍ରା, ରଜେଶ୍ୱରୀ ହାଂସଦା, ଗୀତାଞ୍ଜଳୀ କଲିଆ,ସିଲି ସ୍ଵପ୍ନା ସାହୁ,ପ୍ରଭାତୀ ମହାନ୍ତ ଓ ଶିକ୍ଷକ ଦିବ୍ୟରଞ୍ଜନ ମହାନ୍ତ ଏବଂ ଅନ୍ୟମାନେ ଉତ୍ସବ ଟିକୁ ସଫଳ କରିବାରେ ପୂର୍ଣ୍ଣ ମାତ୍ରାରେ ସହୋଯୋଗ କରିଥିଲେ ।

Leave A Reply

Your email address will not be published.