ଭୋଗି ପର୍ବ ଧୁମଧାମ ରେ ପାଳିତ

0 1

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ ଜଗନ୍ନାଥ ନଗର ଠାରେ ମକର ସଂକ୍ରାନ୍ତି ଉପଲକ୍ଷେ ଭୋଗି ପର୍ବ ଅତି ଧୁମଧାମ ରେ ପାଳିତ ହୋଇଯାଇଛି.ଅଞ୍ଚଳ ବାସୀ ଏକାଠି ହୋଇ ଏହି ପର୍ବ ପାଳନ କରିଥିଲେ. ଏହି ଅବସରରେ କୁନି କୁନି ପିଲାମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା, ମହିଳା ମାନଙ୍କ ମ୍ୟୁଜିକାଲ ଚେୟାର ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଶେଷରେ ରାତ୍ରି ଭୋଜନ ପରେ ସ୍ଥାନୀୟ ବାସିନ୍ଦା ପି. ଶେଖରଙ୍କ ଦ୍ୱାରା ଭୋଗିକାଠ ରେ ଅଗ୍ନି ସଂଯୋଗ କରାଯାଇଥିଲା. ସମସ୍ତ ଅଞ୍ଚଳବାସୀ ଭରପୁର ମଜା ଉଠାଇଥିଲେ. ଭାଇଚାରା ମନୋଭାବ ଜାଗ୍ରତ ହୋଇଥିଲା. ଉକ୍ତ କାର୍ଯ୍ୟକ୍ରମ କୁ ସ୍ଥାନୀୟ ଅଞ୍ଚଳର ଅଶୋକ କର, ବିଜୟମହାନ୍ତି, ଅଜିତ ପାଢ଼ୀ, ବାବୁ ଲିଙ୍ଗମ, ବିନୋଦ ମହାପାତ୍ର, ପି. କ୍ରିଷ୍ଣା, ସୁରେଶ ପାଢ଼ୀ, ପ୍ରଭାକର ଅଧିକାରୀ,ବିଜେଡି ନଗର ସଭାପତି ରାମ ପଣ୍ଡା, ଲକ୍ଷ୍ମୀକାନ୍ତ ପଣ୍ଡା, ବଳରାମ ପାଣିଗ୍ରାହୀ, ରାମେଶ୍ୱର ପାଣିଗ୍ରାହୀ,ରବି, କିରଣ, ଡି. ରାଜା, ଜନାର୍ଦ୍ଦନ ଙ୍କ ସମେତ ସମସ୍ତ ଅଞ୍ଚଳବାସୀ ପରିଚାଳନା କରିଥିଲେ.ଆଗାମୀ ଦିନରେ ନିଜ ଅଞ୍ଚଳ ପାଇଁ ବିଭିନ୍ନ ଉର୍ନତିମୁଳକ ପଦକ୍ଷେପ ନେବା ପାଇଁ ସମସ୍ତେ ମିଶି ଆଲୋଚନା କରିଥିଲେ.

 

Leave A Reply

Your email address will not be published.