କନ୍ଧମାଳ : ଆଜି ଜାତୀୟ ଯୁବ ଦିବସ ୨୦୨୫ ଅବସରରେ ଜୟଦେବ ଭବନ ଭୁବନେଶ୍ୱର ଠାରେ କ୍ରାନ୍ତିକାରୀ ଫାଉଣ୍ଡେସନ୍, ଭୁବନେଶ୍ଵର ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କନ୍ଧମାଳ ଜିଲ୍ଲାର ଯୁବ ସମାଜସେବୀ ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ସମ୍ବର୍ଦ୍ଧିତ ହୋଇଛନ୍ତି। ସେ କନ୍ଧମାଳ ଜିଲ୍ଲା ପାଇଁ ବିଭିନ୍ନ ସମୟରେ କନ୍ଧମାଳ ଜିଲ୍ଲାର ସର୍ବାଙ୍ଗିନ ବିକାଶ ପାଇଁ କନ୍ଧମାଳ ପିପୂଲସ୍ ଫୋରମ୍ ( KPF) ବ୍ୟାନର ରେ ବହୁତ୍ ଆନ୍ଦୋଳନ, ରାଲି ବିକ୍ଷୋଭ ପ୍ରଦର୍ଶନ ଓ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା, ଜିଲ୍ଲାକୁ ରେଲ ସଂଯୋଗ ପାଇଁ ଦିଲ୍ଲୀ ପର୍ଯ୍ୟନ୍ତ ଯାଇ ଲଢେ଼ଇ ଜାରୀ ରଖିଛନ୍ତି। ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଧନ୍ୟବାଦ୍ ର ସୁଅ ଛୁଟିଛି।
Sign in
Sign in
Recover your password.
A password will be e-mailed to you.