ବାଣପୁର:(ସେକ କୌସର ):ଭାରତ ମାତାର ସୁଯୋଗ୍ୟ ସନ୍ତାନ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନଟି ଆମ ଦେଶରେ ଜାତୀୟ ଯୁବ ଦିବସ ଭାବରେ ପାଳିତ ହେଉଛି। ଆଜି ଏ ଉପଲକ୍ଷେ ଗୋଦାବରୀଶ ମହାବିଦ୍ୟାଳୟ, ଦର୍ଶନ ବିଭାଗ ଆନୁକୁଲ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ଅଧ୍ୟକ୍ଷତାରେ ଏକ ଭବ୍ୟ ଉତ୍ସବ ଆୟୋଜିତ ହୋଇଯାଇଛି।ଏହି ଉତ୍ସବରେ ଆଧ୍ୟାତ୍ମିକ ଗୁରୁ ସନ୍ଦିପନି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଉପଦେଶ ଦେଇଥିବା ବେଳେ ମୁଖ୍ୟବକ୍ତା ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗର ମୁଖ୍ୟ ଡ଼ କୈଳାଶ ଚନ୍ଦ୍ର ମହାରଣା ସ୍ୱାମୀଜୀଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥିଭାବରେ ନୂଆଦିଲ୍ଲୀରୁ ସେ ଟୁ ୟୁ ର ସମ୍ପାଦକ ଡ଼ ଶ୍ରୀବାସ୍ତବ, ଡ ବିଜୟକୁମାର ଯୋଗଦେଇଥିବା ବେଳେ ଯୁକ୍ତ ଦୁଇ ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ମିଶ୍ର ଓ ଅବସପ୍ରାପ୍ତ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ ଯୋଗଦେଇ ସ୍ୱାମୀଜୀଙ୍କ ସମ୍ପର୍କରେ ଅନେକ କଥା ଆଲୋଚନା କରିଥିଲେ। ଦର୍ଶନ ବିଭାଗର ଅଧ୍ୟାପିକା ଅନୀତା ଦଳେଇ କାର୍ଯ୍ୟକ୍ରମ ସଂଯୋଜନା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ହିଟଲର୍ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପକ ଅଶ୍ଵିନୀ କୁମାର ବାରିକ ଧନ୍ୟବାଦ ଦେଇଥିଲେ। ଅଧ୍ୟକ୍ଷଙ୍କ ଅଭିଭାଷଣ ପରେ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଓ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ମହାବିଦ୍ୟାଳୟର ଅନେକ ଅଧ୍ୟାପକ, ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ତରଫରୁ ଅଜୟ କୁମାର ଦାସ ଓ ସୁକାନ୍ତ କୁମାର ଜେନା ଓ ଅନେକ ଛାତ୍ର ଛାତ୍ରୀ ଏଥିରେ ଯୋଗ ଏହାକୁ ସଫଳ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post