ରାୟଗଡା – ରାୟଗଡ଼ା ସ୍ଵାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ସହ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ା ଗାୟତ୍ରୀ ନଗର ସ୍ଥିତ ଗାୟତ୍ରୀ ମନ୍ଦିର ସଭା ଗୃହରେ ସମିତିର ସଭାପତି ଶ୍ରୀ ଯୋଗେଶ୍ଵର ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗୀ ଶ୍ରୀ ଚୈତନ୍ୟ ରାମ ଜୀ , ମୂଖ୍ୟ ବକ୍ତା ଭାବେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ସକ୍ଷମ ର ପ୍ରାନ୍ତଃ ସଙ୍ଗରଖ୍ୟକ ଶ୍ରୀଯୁକ୍ତ ବାଦଲ କୁମାର ତା , ସମ୍ମାନିୟ ଅତିଥି ଭାବେ ଗାୟତ୍ରୀ ପରିବାର ର ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ସୁଧିର କୁମାର ମିଶ୍ର , ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ରାୟଗଡ଼ା ନଗର କାର୍ଯ୍ୟବାହ ଶ୍ରୀଯୁକ୍ତ ବିଦ୍ୟାଭୂଷଣ ପଣ୍ଡା ଯୋଗ ଦେଇ ସ୍ବାମୀ ବିବେକାନନ୍ଦଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସହ ସ୍ଵାଗତ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମ କୁ ଆଗକୁ ନେବା ସହ ସ୍ଵାମୀ ବିବେକାନନ୍ଦଙ୍କ ଜୀବନୀ ବିଷୟରେ ସ୍ମୃତି ଚାରଣ କରିବା ସହ ଛାତ୍ର ଏବଂ ଯୁବ ସମାଜ ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶକୁ ଗ୍ରହଣ କରି ନିଜ ଜୀବନ କୁ ଆଗକୁ ନେବା ପାଇଁ ମାର୍ଗଦର୍ଶନ କରିଥିଲେ । ସମିତିର ସଂପାଦକ ଶ୍ରୀ କୃଷ୍ଣ କାନ୍ତ ଜେନା ସମିତିର କାର୍ଯ୍ୟ ଶୈଳୀ, କାର୍ଯ୍ୟକ୍ରମ ଉପରେ ଉପସ୍ଥାପନା କରିଥିଲେ । ସମିତିର କୋଷାଧ୍ୟକ୍ଷ ଶ୍ରୀ ଗଣେଶ କୁମାର ସାହୁ ଉପସ୍ଥିତ ଛାତ୍ର ଛାତ୍ରୀ , ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଦୂର୍ଗା ମାଧବ ଘୋଷ , ରାମ କୃଷ୍ଣ ପାଣିଗ୍ରାହୀ , ପ୍ରଦୀପ ସାହୁ , ଆନନ୍ଦ ରାଉଳ , ଅଶ୍ଵିନୀ ନାୟକ , ନେହା ସିଂ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମଞ୍ଜୁଳା ମିନୀୟାକା , ରାୟଗଡ଼ା ଗାୟତ୍ରୀ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ ଏବଂ ଗୁରୁମା ଗୁରୁଜୀ , ରାୟଗଡ଼ା ଗାୟତ୍ରୀ ପରିବାର , ଭାରତୀୟ ମଜଦୂର ସଂଘ ର କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ ସଂଗଠନର ନେତୃବୃନ୍ଦ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ
Sign in
Sign in
Recover your password.
A password will be e-mailed to you.