ଏବିଭିପି ପକ୍ଷ ରୁ ବିବେକାନନ୍ଦ ଜୟନ୍ତୀ ପାଳନ।

0 1

ବାସୁଦେବପୁର -ଭଦ୍ରକ ଜିଲ୍ଲା ବାସୁଦେବପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନଗର ତରଫରୁ ଯୁବ ମାନସର ଚେତନାର ପ୍ରତୀକ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ସ୍ଥାନୀୟ ଶ୍ରୀ ହନୁମାନ ବାଟିକା ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ସଫେଇ କାର୍ଯ୍ୟ କର୍ମ କରାଯାଇଥିଲା। ପରେ ଏକ

ଆଲୋଚନା ଚକ୍ରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜିଲ୍ଲା ସେବା ପ୍ରମୁଖ ଶଶାଙ୍କ ଶେଖର ସାମଲ , ଏବିଭିପି ଭଦ୍ରକର ଜିଲ୍ଲା ସହ ପ୍ରମୁଖ ପୁରୁଷୋତ୍ତମ ବେହେରା , ଜିଲ୍ଲା ଏସ ଏଫ୍ ଏସ ସଂଯୋଜକ ସର୍ବେଶ୍ଵର ବାରିକ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୃତ୍ୟୁଞ୍ଜୟ ବିଶ୍ଵାଳ , ବିଭାଗ ଛାତ୍ରୀ ପ୍ରମୁଖ ମାଧୁରୀ ରାଉତ , ନଗର ସମ୍ପାଦକ ରଶ୍ମି ରଞ୍ଜନ ମହାନ୍ତି ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.