ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ 29 ତମ ସର୍ବଭାରତୀୟ ବୋରାସମ୍ବର କପ୍ କ୍ରିକେଟ ଆଜିଠାରୁ ଅନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି। ଆଜିର ଉଦଘାଟନୀ ଦିବସରେ ମୁଖ୍ୟଅତିଥି ଭାବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା,ସମ୍ମାନିତ ଅତିଥି ରାଜବୋଡାସମ୍ବର ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ପାଇକମାଳ ବ୍ଲକ ଅଧ୍ୟକ୍ଷା ଭାବନା ସିଂ, ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ଲିପ୍ସା ପ୍ରଧାନ ଯୋଗଦେଇ ଉଦ୍ଘାଟନ କରିଥିଲେ।ଟୁର୍ଣ୍ଣାମେଣ୍ଟ ର ଉଦଘାଟନୀ ମ୍ୟାଚ୍ ରେ ଆଜି ବୋରାସମ୍ବର ସ୍ପୋର୍ଟିଂ ଓ ବିରାଟ କ୍ରିକେଟ ଏକାଡେମୀ କୋଲକାତା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। କୋଲକାତା ଦଳ ପ୍ରଥମେ ଟସ ଜିଣି ନିର୍ଦ୍ଧାରିତ 30 ଓଭରରେ ଅଳଆଉଟ ହୋଇ 136 ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ବିକାଶ ଶର୍ମା ଏବଂ ରିସଭ ରାଜ ଉଭୟେ 31 ରନ କରିଥିଲେ ତାର ଜବାବରେ ବୋରାସମ୍ବର ସ୍ପୋର୍ଟିଂ ଦଳ 23 ଓଭରରେ 4 ବଲ ରେ ମାତ୍ର 112 ରନ ସଂଗ୍ରହ କରିଥିଲେ ଫଳରେ 24 ରନରେ କୋଲକାତା ଦଳ ବିଜୟୀ ହୋଇଥିଲେ। ପ୍ରଥମ ମ୍ୟାଚର ଉଦଯାପିତ ଦିବସରେ ଅତିଥି ଭାବରେ ପଦ୍ମପୁର ସାମ୍ବାଦିକ ସଂଘର ଲାଲ ବିହାରୀ ମିଶ୍ର, ପ୍ରଦୀପ୍ତ ଦାଶ, ରତ୍ନମଣି ଶତପଥି, ଗୋପବନ୍ଧୁ ସିକା ନୀଳକଣ୍ଠ ଦୀପ, ଆଦର୍ଶ ନାଥ, ତୃପ୍ତିମୟ ତ୍ରିପାଠୀ, ଜୟନ୍ତ ସେଠ, ସୁରେନ୍ଦ୍ର ମେହେର , ଡିଲେଶ୍ୱର ବାଗ, ପ୍ରମୁଖ ଯୋଗଦାନ କରି ମେନଅଫଦି ମ୍ୟାଚ ଭାବରେ କୋଲକାତା ଦଳର ପ୍ରଶାନ୍ତ ରଞ୍ଜନ ଙ୍କୁ ପୁରସ୍କୃତ ପ୍ରଦାନ କରିଥିଲେ। ଦ୍ବିତୀୟ ଦିନ ର ମ୍ୟାଚ ୟୁନିଅନ ସ୍ପୋର୍ଟିଂ କଟକ ଓ କୋଲକାତା ମଧ୍ୟରେ ଅନୁଷ୍ଠିତ ହେବ । ଜାନୁୟାରୀ ତାରିଖ ରବିବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । 29 ତମ ଟୁର୍ଣ୍ଣାମେଣ୍ଟ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୦ ଟି ଦଳ ଯୋଗ ଦେଉଛନ୍ତି । ଏଥର ଟୁର୍ଣ୍ଣାମେଣ୍ଟ ର ବିଜେତା ଦଳ ଙ୍କୁ ୭୦ ହଜାର ନଗଦ ରାଶି ସହ ବୋରାସମ୍ବର ଟ୍ରଫି ଓ ଉପ ବିଜେତା ଦଳକୁ ୪୦ ହଜାର ନଗଦ ରାଶି ଓ ଟ୍ରଫି ପ୍ରଦାନ କରିବା ପାଇଁ ବୋରାସମ୍ବର ସ୍ପୋର୍ଟିଂ ଘୋଷଣା କରିଛି। ଆଜିର ପ୍ରଥମ ଦିନ ର ମ୍ୟାଚ କୁ ଅମ୍ପାୟାର ଶ୍ୟାମସୁନ୍ଦର ପଣ୍ଡା ଏବଂ ସୁଶାନ୍ତ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ ଦିବ୍ୟ ପଣ୍ଡା, ରୋହିଣି ପାଣ୍ଡେ,କୁମାର ଆନନ୍ଦ ପ୍ରମୁଖ ମ୍ୟାଚ ର ଧାରାବିବରଣୀ ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ଓଡିଶାରୁ ଓ ଓଡିଶା ମଧ୍ୟଦେଇ ମହାକୁମ୍ଭ ମେଳା-2025 ସ୍ୱତନ୍ତ୍ର ଟ୍ରେନ୍ |
Next Post