ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଟି.ଗଣ୍ଡପାଲି ସରକାରୀ ଉ:ପ୍ରା: ସ୍କୁଲ ପରିସରରେ ଗଣିତ ବଜାର ଓ ଖାଦ୍ୟ ମେଳା ଅନୁଷ୍ଠିତ ହେବା ସହିତ ବିଦ୍ୟାଳୟର ପ୍ରାଚୀର ପତ୍ରିକା “ଅନ୍ୱେଷା” ର ଶୁଭ ଉଦଘାଟନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀମାନ ଶଶିଭୂଷଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୁଏ ମୁଖ୍ୟ ଅତିଥି ଯୋଗଦାନ କରି ଥିବା ବେଳେ ଏ.ବି.ଇ.ଓ ଶ୍ରୀମାନ ପୂର୍ଣ୍ଣଚନ୍ଦ୍ର ପଧାନ, ବିଦ୍ୟାଳୟର ଚେୟାରମେନ ରୋହିତ ସାହୁ, ,ସିଆରସିସି ପ୍ରଭାତ ରଞ୍ଜନ ସାହୁ ଯୋଗଦାନ କରି ସ୍କୁଲର ଛାତ୍ରଛାତ୍ର, ଅଭିଭାବକ ତଥା ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ଉପରେ ଶିକ୍ଷକ ସୁଶିଲ କୁମାର ସୁନାଙ୍କ ସଂଯୋଜନାରେ ଏକ ସଭାର ଆୟୋଜନ ହୋଇଥିଲା। ବୃତ୍ତି ପରିକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଶ୍ରୃତି ସାହୁ ଏବଂ ତୁଷାର ସାହୁଙ୍କୁ ମଞ୍ଚରେ ଅତିଥି ଗଣ ପୁଷ୍ପମାଲ୍ୟ ଦେଇ ସମର୍ଦ୍ଧିତ କରିଥିଲେ।ଏହି ଖାଦ୍ୟ ମେଳାରେ ୬୦ ଗୋଟି ପ୍ରୋଜେକ୍ଟ ସ୍ଥାନ ପାଇଥିଲା।ଏହା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଗଣିତ ବିଷୟରେ ଟଙ୍କା ପଇସା ହିସାବ,ଓଜନ ମାପ, ଲାଭ କ୍ଷତି, ସହିତ ଖାଦ୍ୟ ପ୍ରକ୍ରିୟା କରଣ ତଥା ପିଲାମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ଓ ସ୍ୱାଭାଲମ୍ବୀ ମନୋଭାବର ବିକାଶରେ ସହାୟକ ହେବ ବୋଲି ମତପ୍ରକାଶ ପାଇଥିଲା।ଏହାପରେ ଛାତ୍ରଛାତ୍ରୀ ମାନେ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ଏକ ରେଲି ବାହାରି ଗାଁ ସଫେଇ ସହ ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରିଥିଲେ। ଗ୍ରାମ ସ୍ଥିତ ଦୁର୍ଗା ମଣ୍ଡପ ସମ୍ମୁଖରେ ପଥପ୍ରାନ୍ତ ନାଟକ “ସଫା-ରହେମା ନିଶା ନାଇଁ ନେଉଁ” ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା। ଏହି ପଥପ୍ରାନ୍ତ ନାଟକ ଶିକ୍ଷକ ସୁଶିଲ କୁମାର ସୁନାଙ୍କ ଲିଖିତ ଓ ନିର୍ଦ୍ଦେଶିତ ବେଶ ପ୍ରଶଂସନୀୟ ହୋଇ ପାରିଥିଲା। ଶେଷରେ ସ୍କୁଲର ଶିକ୍ଷକ ଉମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ପରିଚାଳନାରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ନିରୁପମା ବାରିକ, କୁଳମଣି ସାହୁ, ସୁରେଶ ସାହୁ, ମନୋଜ ସାହୁ, ରାଜେଶ ସେଠ ଏବଂ ବିବେକାନନ୍ଦ କ୍ଲବର ସମସ୍ତ ସଦସ୍ୟ ଓ ବିଦ୍ୟାଳୟ ପରିଚାଳନା କମିଟି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post