ସେବା ସମବାୟ ସମିତିକୁ ଗସ୍ତ କଲେ ଜିଲ୍ଲାପାଳ।

0

ବାସୁଦେବପୁର – ବାସୁଦେବପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ରାଜଘୋରପୋଖରୀ ଠାରେ ବାଲି ମେଦ ସେବା ସମବାୟ ସମିତି ଓ ନରସିଂହପୁର ଠାରେ ବରଣ୍ଡୁଆ ସେବା ସମବାୟ ସମିତି କୁ ଗସ୍ତ କରି ସମସ୍ତ ବ୍ୟବସ୍ଥା ପଚାରି ବୁଝିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାୟ। ବାସୁଦେବପୁର ରେ ରାଜଘୋରପୋଖରୀ ରେ ସହିଦ୍ ପୂର୍ଣ୍ଣ ଚନ୍ଦ୍ର ନାୟକ ଙ୍କ ସ୍ମୃତି ଚାରଣ ସଭା କାର୍ଯ୍ୟ କର୍ମ ରେ ଯୋଗ ଦେଇ ଜିଲ୍ଲାପାଳ ସମବାୟ ସମିତି କୁ ଯାଇ ଥିଲେ। ଜିଲ୍ଲାପାଳ ଙ୍କ ଏହି ଗସ୍ତ ସମୟରେ ବିଡିଓ ସଞ୍ଜୀବ ସାହୁ, ତହସିଲଦାର ସୌଭାଗ୍ୟ ପଣ୍ଡା, ,ଯୋଗାଣ ବିଭାଗର ଅଧିକାରିଣୀ ମଧୁସ୍ମିତା ସେନାପତି, ଦୁଇ ସେବା ସମବାୟ ସମିତି ର ସଭାପତି ନଗେନ୍ଦ୍ର ବିଶ୍ଵାଳ, ସଂଯୁକ୍ତା ନାୟକ, ସମ୍ପାଦକ ଶ୍ରୀଧର ନାୟକ, କୃଷ୍ଣ ଚନ୍ଦ୍ର ସାହୁ , ଏସ ଆର ସି ବାବାଜୀ ମଲ୍ଲିକ, ସରପଂଚ ଗୌରାଙ୍ଗ ପଣ୍ଡା,ଓ ଅନ୍ୟ ଅଧିକାରୀ, ବୋର୍ଡ ସଦସ୍ୟ ଓ ଚାଷୀ କମିଟି ସଦସ୍ୟ ଉପସ୍ଥିତ ରହି ଥିଲେ। ସମସ୍ତ ବ୍ୟବସ୍ଥା ପଚାରି ବୁଝିବା ସହ ଅନ୍ୟାନ୍ୟ ବିଷୟ ଆଲୋଚନା କରିଥିଲେ ଜିଲ୍ଲାପାଳ |

Leave A Reply

Your email address will not be published.