ସଂଗଠକ ପ୍ରଫୁଲ ଡାକୁଆଙ୍କ ଶ୍ରଦ୍ଧାଞ୍ଜଳି ସଭା

0

ଓଡ଼ଗାଁ,୧୦।୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡଗାଁ ଛାମୁସାହିର ସ୍ୱର୍ଗତ ପ୍ରଫୁଲ କୁମାର ଡାକୁଆଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ବନ୍ଧୁ, ପରିଜନ, ସାଙ୍ଗ ଓ ଓଡ଼ଗାଁ ତଥା ନିକଟବର୍ତ୍ତୀ ଅଞ୍ଚଳର ଭଲପାଉଥିବା ହିତୈଷୀ ମାନଙ୍କୁ ନେଇ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। କ୍ଷେତ୍ରବାସୀ ଡି ଏ ଭି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ବେଣୁଧର ଦାସଙ୍କ ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ଝିଲି ପ୍ରଧାନ, ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀକାନ୍ତ ଖଟେଇ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଧିବାସ ପଣ୍ଡା, ଶିକ୍ଷକ ଶରତଚନ୍ଦ୍ର ଷଢ଼ଙ୍ଗୀ, ସମାଜସେବି ଦିବାକର ନାୟକ, ରଞ୍ଜନ କୁମାର ଦାଶ, ଓଡ଼ଗାଁ ସାରସ୍ୱତ ସାଧକ ଗୋଷ୍ଠୀ ସମ୍ପାଦକ ଯଶୋବନ୍ତ ପଟ୍ଟନାୟକଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ହୋଇଥିଲେ।

ସ୍ୱର୍ଗତ ଡାକୁଆ ଜଣେ ଭଲ ସଂଗଠକ, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ତାଙ୍କର ଅନନ୍ୟ ଭୂମିକା, ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ଭାବରେ ସ୍ୱର୍ଗତ ପ୍ରଫୁଲ କୁମାର ଡାକୁଆଙ୍କ କାର୍ଯ୍ୟକଳାପର ସମସ୍ତେ ସ୍ମୃତି ଚାରଣ କରିଥିଲେ। ବରିଷ୍ଠ କବି ପ୍ରଫୁଲ ମାଝି ସଂଯୋଜନା କରିଥିବା ବେଳେ ପଞ୍ଚାନନ ପଣ୍ଡା, ପ୍ରଶାନ୍ତ ସାହୁ, ଜୟକୃଷ୍ଣ ପଲେଇ, ସୌଦାମିନୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.