ତାଳପଦର ହାଇସ୍କୁଲର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

0

ବିଜେପୁର /ସୁଶାନ୍ତ ସାହୁ ବିଜେପୁର ବ୍ଲକ୍ ତାଳପଦର ଉଚ୍ଚ ବିଦ୍ୟାଳୟର ଦୁଇ ଦିନ ଧରି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ପ୍ରଧାନଶିକ୍ଷକ ବୀରେନ୍ଦ୍ର ଦାଶ କ୍ରୀଡ଼ା ପତାକା ଉତ୍ତୋଳନ କରିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅତିଥି ଖେଳ ଶିକ୍ଷକ ହୃଦମଣି ସାହୁ, ଚିତ୍ତରଂଜନ ସାହୁ ଓ ସରୋଜ ପୁରୋହିତ ପ୍ରତିଯୋଗିତା ପରିଚାଳନା କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍‌ଯାପନୀ ସଭାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ କମଳାକାନ୍ତ ସାହୁ, ହରିହର ବିଶ୍ଵାଳ, କାଶୀନାଥ ମେହେର, ପ୍ରଶାନ୍ତ ଦାଶ, ସୌମ୍ୟରଂଜନ ସାହୁ,କିଶୋର ଭୋଇ,ରାଜକୁମାର ବିଶ୍ଵାଳ, ଅଷ୍ଟିକା ସ୍ବାଇଁ, ଲିଲି ଦେହେରି, ବିନ୍ଧ୍ୟରାଣୀ ବଢ଼େଇ, ସ୍ମିତାରାଣୀ ସାହୁ, ଖିରେଶ୍ବରୀ ପଧାନ,ଗୀତାଞ୍ଜଳି ଭୋଇ, ପ୍ରୀତି ଗଡ଼ତିଆଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ |

Leave A Reply

Your email address will not be published.