ବାଣପୁର:(ସେକ କୌସର ):ଆଜି ଅପରାହ୍ନରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ସପରିବାରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର ଦର୍ଶନ କରି ମା’ ଙ୍କ ଆଶୀର୍ବାଦ ଲାଭ କରିଛନ୍ତି। ଏହି ଅବସରରେ ତାଙ୍କୁ ସ୍ଥାନୀୟ ପ୍ରଶାସନ, ମନ୍ଦିର ପ୍ରଶାସନ, କୋର୍ଟ ପ୍ରଶାସନ ଏବଂ ବାଣପୁର ଓକିଲ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା।ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ଅମରେଶ ମହାପାତ୍ର, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ, ଏଣ୍ଡାଓମେଣ୍ଟ କମିଶନର ଲଲାଟେନ୍ଦୁ ଜେନା ଓ ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା ମୁଖ୍ୟ ବିଚାରପତିଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଛ ଦେଇ ମନ୍ଦିର ମଧ୍ୟକୁ ପାଛୋଟିନେଇଥିଲେ। ମୁଖ୍ୟ ବିଚାରପତି ନିଜ ପରିବାର ସହ ମା’ ଙ୍କ ପୂଜାର୍ଚ୍ଚନା କରିବା ସହ କିଛି ସମୟ ମନ୍ଦିର ବେଢାରେ ଅତିବାହିତ କରିଥିଲେ। ଏହି ଅବସରରେ ମୁଖ୍ୟ ବିଚାରପତି ମନ୍ଦିରର ଐତିହ ବିଷୟରେ ଓକିଲମାନଙ୍କଠାରୁ ପଚାରି ବୁଝିଥିଲେ। ତତସହିତ ମା’ ଙ୍କ ଦର୍ଶନ କରି ସେ ଅତ୍ୟନ୍ତ ଖୁସି ଅନୁଭବ କରିବାସହ ଜଗତର ମଙ୍ଗଳ କାମନା କରିଥିଲେ।
ବାଣପୁର ଓକିଲ ସଂଘର ସଭ୍ୟ ଜଗଦୀଶ ପଟ୍ଟନାୟକ, ଭି. କାମେଶ୍ୱର ଆଚାରୀ ଏହି ଅବସରରେ ଉପସ୍ଥିତ ଥିଲେ। ସୂଚନା ଥାଉକି ଚଳିତ ମାସ ୧୯ ତାରିଖରେ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅବସର ଗ୍ରହଣ କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.