ନୁଆପଡା ଜିଲ୍ଲା ଖଡିଆଳ ନିମ୍ନ ଇନ୍ଦ୍ର ଜଳସେଚନ ଅଫିସ ସମୁଖରେ ବିକ୍ଷୋଭ

0

ନୂଆପଡ଼ା ଜିଲ୍ଲାରୁ କଲିମ୍ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟଳୟ ନିମ୍ନ ଇନ୍ଦ୍ରଜଳ ପ୍ରକଳ୍ପ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଖରିଫ ରୁତୁ ଓ ରବି ଚାଷ ପାଇଁ ଚାଷିମାନଙ୍କ ଏବର୍ଷ ର ପ୍ରଥମ ରବି ଚାଷ କରିବା ପାଇଁ ସରକାର ଚାଷିମାନଙ୍କୁ ଡାକବାଦୀ ଯନ୍ତ୍ରଦ୍ୱାରା ଘୋଷଣା କରିଥିଲେ ।ଜାନୁୟାରି ମାସ ଏକ ତାରିଖ ପ୍ରଥମ ବର୍ଷର ରବି ଚାଷ ପାଇଁ ଘୋସଣା କରିଥିଲେ ।”ଚାଷି ମାନଙ୍କୁ ପ୍ରଥମ ରବି ଚାଷ ପାଣିଦିଆଯିବ | ଧାନ ଚାଷ କରିବେ ଡାଲି ଜାତିୟ କରନ୍ତୁ ନାହିଁ” ବୋଲି କହି ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଗାଁ କୁ ଗାଁ ଘୋଷଣା କରିଥିଲେ ।ବର୍ତ୍ତମାନ ସରକାର u,g,p,l, ମାଧ୍ୟମରେ ଓ ମେଗାଁ ପ୍ରୋଜେକ୍ଟ ସାହାଯ୍ୟରେ ପାଣିଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ବିଫଳ ହୋଇଛନ୍ତି ।ତେଣୁ ଚାଷିମାନେ ନିମ୍ନ ଇନ୍ଦ୍ର ଜଳ ସେଚନ ଅଫିସ ଆସି ବିକ୍ଷୋଭ କରିଥିଲେ।ଏଥିରେ ଏସିଏଫ ସୌମ୍ୟ କିଶୋର ଜୟପୁରିଆ ” ଆମ୍ଭେ ଚବିଷ ଘଣ୍ଟାରେ ପାଣି ଯୋଗାଇବାର ବ୍ୟବସ୍ଥା କରିବୁ” ବୋଲି କହିଥିଲେ ।ସମସ୍ତ ଗାଁକୁ ଯାଇ ଦେଖି କେଉଁ ଜମିରେ ପାଣି ପହଞ୍ଚିବ ନିଶ୍ଚିତ ଭାବରେ ପହଞ୍ଚାଈବୁ ବୋଲି କହିଛନ୍ତି ।ପାଣି ପଞ୍ଚାୟତ ବ୍ଳକ ସଭାପତି ମନୋଜ କୁମାର ପଟନାୟକ ନିଶ୍ଚିତରେ ସହଯୋଗ କରିବୁ ।ଚିନ୍ଧାଗୁଡା ପାଣି ପଞ୍ଚାୟତ ସଭାପତି ପ୍ରଶାନ୍ତ କୁମାର ବାରିକ,ଚାଷି ନେତା ପଦ୍ମନାଭ କରୁଆଁ “ସାତଦିନ ମଧ୍ୟରେ ପାଣି ନ ଯୋଗାଇଲେ ଭୟାଭହ ଆନ୍ଦୋଳନ ହେବ” ବୋଲି ଚେତାବନି ଦେଇଛନ୍ତି।ଚିନ୍ଧାଗୁଡା, ଠକପାଲି,ବରପଦର, ଚନାବେଡା,ବାଦି, ଜୁନାନୀ, ପଦ୍ମପୁର ,ଅରେଡା,ଚାଷି କେତକ ଚାଷି ,ଅଭିଯୋଗ ପତ୍ର ଗୁଡ଼ିକ ଦେଇଛନ୍ତି ।ସମସ୍ତ ଚାଷିଙ୍କୁ ଜମିରେ ନିଶ୍ଚତ ଭାବରେ ପାଣିପହଞ୍ଚାଇବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତୀ

Leave A Reply

Your email address will not be published.