ନୟାଗଡ଼ (ବିଶ୍ୱଜିତ ନାୟକ) :- ଭାରତୀୟ ଡାକ ବିଭାଗ ନୟାଗଡ଼ ଡ଼ାକ ମଣ୍ଡଳ ପକ୍ଷରୁ ଦୁଇ ଦିନିଆ ପ୍ରଥମ ଜିଲ୍ଲା ସ୍ତରୀୟ ଡ଼ାକ ଟିକେଟ ପ୍ରଦର୍ଶନୀ ‘ନୟାଗଡ଼ ପେକ୍ସ – ୨୦୨୫’ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଓଡିଶା ପରିମଣ୍ଡଳ ମୁଖ୍ୟାଳୟ ନିର୍ଦ୍ଦେଶକ ଅମିତ୍ କୁମାର ଝା, ,ସମ୍ମାନିତ ଅତିଥି ଭାବେ ଫିଲାଟେଲଇଷ୍ଟ ଶ୍ରୀ ଅନିଲ କୁମାର ଧିର,ଫିଲାଟେଲିଇଷ୍ଟ ଅଜୟ କୁମାର ବାରିକ, ନୟlଗଡ ଡାକ ମଣ୍ଡଳ ଅଧୀକ୍ଷକ ଶ୍ରୀ ଖଗେଶ୍ଵର ମଲ୍ଲିକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ପ୍ରଦର୍ଶନି ୧୦୦ରୁ ଉର୍ଦ୍ଧ୍ବ ଫ୍ରେମରେ ଉଭୟ ଭାରତୀୟ ଏବଂ ବିଦେଶୀ ଡାକ ଟିକେଟ,ବିରଳ ଡାକ ଟିକେଟ, ଡାକ ଉପକରଣ, ଜିଲ୍ଲା ଓ ରାଜ୍ୟ ସଂଗ୍ରାହକ ମାନଙ୍କ ଦ୍ଵାରା ସଂଗୃହୀତ ଡାକ ଟିକେଟ ଇତ୍ୟାଦି ପ୍ରଦର୍ଶନ କରାଯାଇଛି l ସ୍ଥାନୀୟ ଶିକ୍ଷାନୁଷ୍ଠାନ ଗୁଡ଼ିକର ୮୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ମାନେ ଏହି ପ୍ରଦର୍ଶନୀକୁ ପରିଦର୍ଶନ କରିବା ସହ ଅନେକ କିଛି ଉପାଦେୟ ବିଷୟ ଜାଣିଥିବା ମତବ୍ୟକ୍ତ କରିଛନ୍ତି l ଏହି ଅବସରରେ ଡ଼ାକ ବିଭାଗ ପକ୍ଷରୁ ଅନୁଷ୍ଠିତ ସାଧାରଣ ଜ୍ଞାନ, ଚିତ୍ରାଙ୍କନ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଜୁନିଅର ଓ ସିନିଅର ବର୍ଗରେ 600 ରୁ ଅଧିକଏବଂ ନିମନ୍ତ୍ରିତ ବର୍ଗରେ 16 ଜଣ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ l ତେବେ ନୟାଗଡ଼ ଡାକ ମଣ୍ଡଳର ଡାକ ଅଧିକ୍ଷକ ଖଗେଶ୍ୱର ମଲ୍ଲିକ ଗଣମାଧ୍ୟମକୁ ଏହି ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ବିଷୟରେ ସୂଚନା ଦେଇ କହିଛନ୍ତି ଡାକ ଟିକେଟ ସଂଗ୍ରହ ଦ୍ଵାରା ଜ୍ଞାନର ବିକାଶ ତଥା ଯୋଗଯୋଗର ବିସ୍ତାର ହୋଇ ପାରୁଛି, ତେଣୁ ପ୍ରଥମ ଥର ପାଇଁ ନୟାଗଡ଼ରେ ଅନୁଷ୍ଠିତ ଏହି ଡ଼ାକ ଟିକେଟ ପ୍ରଦର୍ଶନୀ ଦେଖିବାକୁ ବହୁ ଜନସମାଗମ ହେଉଛି l ଅନ୍ୟ ମାନଙ୍କ ମଧ୍ୟରେ ଡ଼ାକ ମଣ୍ଡଳର ସହ ଅଧିକ୍ଷକ ସପନ କୁମାର ପାଣିଗ୍ରାହୀ, ନୟାଗଡ଼ ଡାକଘରର ପୋଷ୍ଟ ମାଷ୍ଟର ପ୍ରମୋଦ କୁମାର ସେଠୀ ଏବଂ ଡ଼ାକ ଟିକେଟ ସଂଗ୍ରାହକ ଅଜିତ କୁମାର ରାଉତ ପ୍ରମୁଖ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.