ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲେ ଜ଼ିଲ୍ଲାପରିଷଦ ସୁଶାନ୍ତ ଗଡ଼ତିଆ ଏବଂ ଯୁବ ସାମ୍ବାଦିକ ସୁଶାନ୍ତ ସାହୁ

0

 https://youtu.be/QCH2D1W2LAQ

 

ବିଜେପୁର :-ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସାଇପାଲି ରାସ୍ତାରେ ଦୀର୍ଘ ଏକ ମାସ ହେବ ଜଣେ ଅଜଣା ବୃଦ୍ଧ ଅନାହାରରେ ରୁଗ୍ଣ ଅବସ୍ଥାରେ ଭିକ୍ଷାବୃତ୍ତି କରି ଦିନ କାଟୁଥିଲେ l ଖବର ପାଇଁ ବିଜେପୁର ଜୋନ ୨ର ଜ଼ିଲ୍ଲାପରିଷଦ  ସଦସ୍ୟ ସୁଶାନ୍ତ ଗଡ଼ତିଆ ଏବଂ ଶାସକ ପ୍ରଶାସକ ପ୍ରତିନିଧି ସୁଶାନ୍ତ ସାହୁ ବିଜେପୁର ଉକ୍ତ ସ୍ଥାନକୁ ପହଁଞ୍ଚି ଗୋଷ୍ଟିଉନୟନ ଅଧିକାର ସରୋଜ ବିଶ୍ୱାଳ, ଅତାରିକ୍ତ ତହସିଲଦାର ଜ୍ୟୋତିପ୍ରକାଶ ଭୋଇ, ତଥା ବିଜେପୁର ସ୍ୱାସ୍ଥ୍ୟକେନ୍ଦ୍ର କୁ ଯୋଗାଯୋଗ କରି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରଥମେ ବିଜେପୁର ସ୍ୱାସ୍ଥକେନ୍ଦ୍ର କୁ ଆଣି ତାଙ୍କର ଆସୁ ଚିକିତ୍ସା କରିଥିଲେ l ଭାରପ୍ରାପ୍ତ ଅଧିକାରି ଡ଼ ସୁଶାନ୍ତ ମେହେର ବୃଦ୍ଧାଙ୍କର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିରଥିବା ସୂଚନା ଦେଇଛନ୍ତି l ବୃଦ୍ଧା ଜଣକ କହିବା ଅନୁସାରେ ତାଙ୍କ ନାମ ରାଧେଶ୍ୟାମ ମହାନନ୍ଦ ଓ ତାଙ୍କ ଗ୍ରାମ ବରମୁଣ୍ଡା ବୋଲି କହିଛନ୍ତି l ସେ ଘରକୁ ଯିବାକୁ ଇଚ୍ଛା ପ୍ରକାଶ କରୁ ନଥିବାରୁ ତାଙ୍କୁ ଆସନ୍ତା କାଲି ପାର୍ବତୀଗିରି ଵୃଦ୍ଧାଶ୍ରମ କୁ ପଠାଯିବାର ବ୍ୟବସ୍ଥା କରାଯାଇଛି

Leave A Reply

Your email address will not be published.