ବାସୁଦେବପୁର – ରାଜ୍ୟ ବିଜେପି ପକ୍ଷ ରୁ ଭଦ୍ରକ ଜିଲ୍ଲାର ବାସୁଦେବପୁର ବିଧାନ ସଭା ମଣ୍ଡଳୀ ର ସାତ ଟି ମଣ୍ଡଳ ରେ ସାତ ଜଣ ଙ୍କ ନାମ ମଣ୍ଡଳ ସଭାପତି ଭାବ ରେ ଘୋଷଣା କରାଯାଇଛି। ଏହି କ୍ରମ ରେ ପଦ୍ମପୁର ମଣ୍ଡଳ ପାଇଁ ରତିକାନ୍ତ ଦଳାଇ, ଚାନ୍ଦିମାଳ ମଣ୍ଡଳ ପାଇଁ ଜଗବନ୍ଧୁ ମଲ୍ଲିକ, ଇରମ ମଣ୍ଡଳ ପାଇଁ ବିଜୟ ମାଝୀ, ନାୟକାନଦିହ ମଣ୍ଡଳ ପାଇଁ ଅମର ଦାସ, ବେତଡା ମଣ୍ଡଳ ପାଇଁ ଅମର ନାୟକ, ସାହାଡ଼ା ସୁନ୍ଦରୀ ମଣ୍ଡଳ ପାଇଁ କେଶବ ବେହେରା ଓ ବାସୁଦେବପୁର ନଗର ମଣ୍ଡଳ ପାଇଁ ଆଶୁତୋଷ ସାମଲ ଙ୍କ ନାମ ଘୋଷଣା କରାଯାଇଛି।ଏହି ଘୋଷଣା ପରେ ନୂତନ ମଣ୍ଡଳ ସଭାପତି ମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନ ମୋହନ ସାମଲ, ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍, ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି, ବାସୁଦେବପୁର ବିଜେପି ବିଧାନ ସଭା ନେତା ବାଣୀ କଲ୍ୟାଣ ମହାନ୍ତି ଓ ରାଜ୍ୟ, ଓ ଜିଲ୍ଲା ର ସମସ୍ତ ଶୀର୍ଷ ନେତୃତ୍ଵ ଙ୍କୁ ଧନ୍ୟବାଦ୍ ଦେଇଛନ୍ତି। ଆଗାମୀ ଦିନରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ରେ ସଂଗଠନ କୁ ସୁଦୃଢ କରିବାକୁ ସମସ୍ତେ ସାଂଗଠାନିକ ନିଷ୍ପତି ଅନୁଯାୟୀ ମିଳିମିଶି କାମ କରିବେ ବୋଲି ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.