
ସୁବର୍ଣ୍ଣପୁର,୪/୧/୨୫ ଶାସକ ପ୍ରଶାସକ (ପ୍ରକାଶ ହାତୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର କ୍ଲଷ୍ଟର ଅନ୍ତର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରେମରାଜ ସେଠୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବ ରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନୀଲ ମହାକୁର ମୁଖ୍ୟ ଅତିଥିଭାବେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଉଦଘାଟନ କରିଥିଲେ l ଉଦଯାପନୀ ଉତ୍ସବରେ ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମେଶ ଭୋଇ ମୁଖ୍ୟ ଅତିଥି, ରାମପୁର ସିଆରସିସି ପ୍ରଦୀପ୍ତକିଶୋର ଦାଶ,ଗଜବନ୍ଧ ସିଆରସିସି ନରେନ୍ଦ୍ର ପୁରୋହିତ, ମାୟାବର୍ହା ସିଆରସିସି ସୌରଭ ସାହୁ,ମୋ ସ୍କୁଲ ଅଭିଯାନ ସଭାପତି ଦୁଲ୍ଲଭ ବାରିକ,ଏସଏମସି ସଭ୍ୟ ଶିବ ବିଶି ସମ୍ମାନିତ ଅତିଥିଭାବେ ଯୋଗଦେଇ ବାର୍ଷିକ କ୍ରୀଡା ଉତ୍ସବ ର ମହତ୍ୱ ବିଷୟରେ ଆଲୋକପାତ କରିବା ସହ କ୍ରୀଡା କ୍ଷେତ୍ର ରେ ଆଗଭର ହେବା ପାଇଁ ଉତ୍ସାହିତ କରିଥିଲେ l ଦୁଇ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ଦୌଡ଼, ଉଚ୍ଚ ଡିଆଁ,ଲମ୍ବ ଡିଆଁ,ସଟ ପୁଟ, ଡିସ୍କସ ଥ୍ରୋ ପରି ୫୬ ଟି ଇଭେଣ୍ଟ ରେ ଖେଳ ଅନୁଷ୍ଠିତ ହୋଇଥିଲା l ବାଳକ ବିଭାଗ ରେ ସୋହନ ମହାନନ୍ଦ ଓ ବାଳିକା ବିଭାଗ ରେ ପ୍ରିତୀ ମଟାରୀ ଚମ୍ପିୟାନ ହୋଇଥିଲେ l ଶିକ୍ଷୟିତ୍ରୀ ଶାନ୍ତନା ସାହୁ, ନିତୁ ପଧାନ, ଖେଳ ଶିକ୍ଷକ ଶ୍ରୀମନ୍ତ ପଧାନ,ଶିକ୍ଷକ ଅରୂପା ସାହୁ, ସୁଜିତ ବଗର୍ତି, ଦିବ୍ୟରଞ୍ଜନ ପଧାନ,ସନ୍ତୋଷ ଭୋଇ,ସୁଜିତ ବଗର୍ତି,ପ୍ରକାଶ ଭୁଏ,ସଂଜୀବ ଭୁଏ,ରମେଶ ପଧାନ, ବାସୁଦେବ ବିଶ୍ୱାଳ,ଖେଳ ପରିଚାଳନା କରିଥିଲେ l ପିଙ୍କୁ ଭୋଇ, ସୁନୀଲ ଭୋଇ,ନିଆଳି ସେଠୀ,ରଙ୍ଗ ବିଶି ସହଯୋଗ କରିଥିଲେ l ଶେଷରେ ଶିକ୍ଷକ ସନ୍ତୋଷ ସୁନା ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.