ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସଭାପତିଙ୍କ କ୍ଷୋଭ

0 2

ଢ଼େଙ୍କାନାଳ/ ରବିନ୍ ଦାସ ; ଇଂରାଜୀ ନବବର୍ଷ ୨୦୨୫ ଅବସରରେ ପୁର ପଲ୍ଲୀରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି । ସାଙ୍ଗ ସାଥି ବନ୍ଧୁ ପରିଜନ ଭ୍ରମଣ ଓ ଭୋଜି କାର୍ଯ୍ୟକ୍ରମ କରି ନୂତନ ବର୍ଷକୁ ସ୍ବାଗତ କରୁଛନ୍ତି । କର୍ମମୟ ଜୀବନ ମଧ୍ୟରୁ ସାମାନ୍ୟ ବିରତି ନେଇ ପରଷ୍ପର ଆମୋଦପ୍ରମୋଦ ପାଇଁ ସମସ୍ତେ ଲାଗିପଡିଛନ୍ତି । ଏହାରି ମଧ୍ୟରେ ଭୁବନ ସାମ୍ବାଦିକ ସଂଘ ମଧ୍ୟ ତା’ର ସମସ୍ତ ସଦସ୍ୟ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଛି । ଭୁବନ ପ୍ରସିଦ୍ଧ ମା’ ହିଙ୍ଗୁଳା ମନ୍ଦିର ପାଖ ଏକ ଉଦ୍ୟାନରେ ଏହି କାର୍ଯ୍ୟକ୍ରମ ସମାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ସଂଘର ଭାଇଚାରା ଓ ଉନ୍ନତି ସମ୍ପର୍କରେ ଆଲୋଚନା ହୋଇଛି । ସଂଘ ସଭାପତି ଶ୍ରୀ ମଧୁପ ରଞ୍ଜନ ନନ୍ଦ ସଦସ୍ୟ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସକ୍ରିୟ ରହିବାକୁ ଆହ୍ବାନ ଦେଇଛନ୍ତି । ସଂଘର କାର୍ଯ୍ୟକର୍ତ୍ତା ସ୍ଥାଣୁ ପାଲଟିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଭୁବନ ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଯୋଗୁଁ ଚୋରି ଡକାୟତି ବୃଦ୍ଧି ନେଇ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ସର୍ବଦା ସାମୂହିକ ସ୍ବାର୍ଥ ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ସଂଘର ଉପଦେଷ୍ଟା ଶ୍ରୀ ଦିଲୀପ କୁମାର ଦାସ ପରାମର୍ଶ ଦେଇଛନ୍ତି । ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ପୋଥାଳ ନିଜର ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ କିଛିଦିନ ବିଶ୍ରାମ ନେଉଥିଲେ । ଏବେ ସୁସ୍ଥ ହେବାପରେ ପୁନଃ ସଂଘର ଉନ୍ନତି ଦିଗରେ ପ୍ରତ୍ୟେକ କାର୍ଯ୍ୟକ୍ରମ ଆହୁରି ଆଗକୁ ଆଗେଇ ନେବାକୁ ପ୍ରତିଶୃତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଶ୍ରୀ ରବିନ୍ ଦାସ, ସାଙ୍ଗଠନିକ ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ନାଏକ, ଉପସଭାପତି ଶ୍ରୀ ଗୋୖତମ ପାତ୍ରଙ୍କ ସମେତ କମଳ ଲୋଚନ ମହାରଣା, ରାକେଶ କୁମାର ଗୁରୁ, ମନୋଜ କୁମାର ପୋଥାଳ, ବିଶ୍ବଜିତ ସାହୁ, ଚିତ୍ତରଞ୍ଜନ ମିଶ୍ର, ଦେବାନନ୍ଦ ସାହୁ, ନିରଞ୍ଜନ ଗୁରୁ, ମାତାଜୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ଶେଷରେ ଭୋଜନ ସାରି ସାମୂହିକ ଫଟୋ ଉତ୍ତୋଳନ କରି ଘରକୁ ଫେରିଥିଲେ ।

Leave A Reply

Your email address will not be published.