ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ପ୍ରଖଣ୍ଡ ଅନ୍ତର୍ଗତ କୁଲାଡ ପଞ୍ଚାୟତ ବିଶ୍ବହିନ୍ଦୁ ପରିଷଦ ସଂଘ ପରିବାର ଆନୁକୂଲ୍ୟରେ ଅଦ୍ୟ ପୈ।ଷମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଧନଞ୍ଜୟପୁର ଶାସନରେ ଥିବା ଶ୍ରୀଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର ର ପରିସରରେ ଭବ୍ୟ ” ପହିଲିଭୋଗ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଆମ ସନାତନ ହିନ୍ଦୁ ଧର୍ମ ସଂସ୍କୃତି ପରମ୍ପରା ରିତି ନିତି ଚଳନୀ,ଆମ ଓଡ଼ିଶା ରାଜ୍ୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରିତି ନିତି ପରମ୍ପରା ଅନୁସାରେ ଚାଲି ଆସିଛି। ସେହି ଦୃଷ୍ଟିରୁ ଆମ କୋଟି ଓଡିଆଙ୍କ ବଡ଼ ଠାକୁର କାଳିଆ ସାଆନ୍ତଙ୍କ ଶ୍ରୀ ମନ୍ଦିରରେ ଅନେକ ସୁସ୍ଵାଦୁ ବ୍ୟଞ୍ଜନରେ ପ୍ରସ୍ତୁତ ଅନ୍ନପ୍ରସାଦ ବା ” ପହିଲି ଭୋଗ” କାର୍ଯ୍ୟକ୍ରମ ପୈ।ଷ ମାସ ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ମାଘ ମାସ ମକର ସଂକ୍ରାନ୍ତିରେ ଶେଷ ହୋଇଥାଏ। ଏହା ଏକ ମାସ ଧରି ଅନୁଷ୍ଠିତ ହୋଇଥାଏ। ଏହି ” ପହିଲି ଭୋଗ” କାର୍ଯ୍ୟକ୍ରମ ଗ୍ରାମଠୁ ସହର ବିଭିନ୍ନ ମନ୍ଦିରରେ ଆୟୋଜନ ହେଉଅଛି। ଅନେକ ଜନସାଧାରଣ ଏହାକୁ ଆଣି ପରିବାର ସହିତ ଭୋଜନ କରିଥାନ୍ତି। କିନ୍ତୁ ଗ୍ରାମାଞ୍ଚଳ ମନ୍ଦିର ମାନଙ୍କର ପହିଲିଭୋଗ ବ୍ୟଞ୍ଜନ ଓ କାର୍ଯ୍ୟକ୍ରମ ସହରାଞ୍ଚଳ ଠାରୁ ଅତି ନିଆରା ଅଟେ। ଏହି ଦୃଷ୍ଟିରୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ମହାନ୍ କବି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଗ୍ରାମ କୁଲାଡ ପଞ୍ଚାୟତ ର ଧନଞ୍ଜୟପୁର ଶାସନରେ ଥିବା ଶ୍ରୀଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମହାଦେବ ଶିବ ମନ୍ଦିର ରେ ଆଜି ଜାନୁଆରୀ ମାସ ୩ ତାରିଖ ୨୦୨୫ ଶୁକ୍ରବାର ଦିନ ସାମୂହିକ ପହିଲିଭୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାକୁ କୁଲାଡ ପଞ୍ଚାୟତ ବିଶ୍ବହିନ୍ଦୁ ପରିଷଦ ସଂଘ ପରିବାର ତରଫରୁ ଆୟୋଜନ ହୋଇଥିଲା। ଏଥିରେ ବିଶ୍ବହିନ୍ଦୁ ସଂଘ ପରିବାର ର ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ସହ ୭୦ ରୁ ଉର୍ଦ୍ଧ ସଦସ୍ୟ ଉପସ୍ଥିତ ଥିଲେ। ଆଜିର ଏହି ଭବ୍ୟ ସାମୂହିକ ପହିଲିଭୋଗ କାର୍ଯ୍ୟକ୍ରମ ରେ କୁଲାଡ, ଭଞ୍ଜନଗର, ଧନଞ୍ଜୟପୁର ଶାସନ, କୋଟି ବରାଡି, ବେଲଗୁଣ୍ଠା, ଗୁଣ୍ଡୁରୀବାଡି, ସୋରିଷ ମୂଳୀ , ଗାଲେରୀ,ତୁରୁମୁ, ତୁଳସୀ ପଲ୍ଲୀ, ତିଳିସିଂଗି ଆଦି ଗ୍ରାମର ଅନେକ ସଂଘ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଉକ୍ତ ସାମୂହିକ ପହିଲିଭୋଗ ସେବନ ପରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କ ଜୟ୍ ଶ୍ରୀରାମ୍ ଧ୍ୱନୀ, ଭାରତ ମାତାଙ୍କ ଜୟ , ଗୋମାତା ଜୟ, ସନାତନ ହିନ୍ଦୁ ଧର୍ମ ର ଜୟ୍, ବୈଦିକ ଧର୍ମ ରକ୍ଷା ସଂଗଠନ ଜୟ, ମହା ପାପୀ ମାନଙ୍କ ବିନାଶ ହେଉ ଓ ପାପ ର ବିନାଶ ହୋଇ ଧର୍ମ ର ଜୟ୍ ସ୍ଲୋଗାନ୍ ରେ ମନ୍ଦିର ପରିସର କମ୍ପି ଉଠିଥିଲା।
Sign in
Sign in
Recover your password.
A password will be e-mailed to you.