ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି।କ୍ଲଷ୍ଟରର ଯୁବ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧାଂଶୁ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ଇଚ୍ଛାପୁର କ୍ଲଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ । ଚିନାଯୁରୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରମେଶ ଭୋଇ ମାର୍ଗଦର୍ଶକ ଭାବେ ଯୋଗ ଦେଇଥିବାବେଳେ ତିଲେଇମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ବାରିକ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ । ପରେ ପରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସମୀକ୍ଷା କରାଯାଇଥିଲା, ଯଥା ଆପାର ଆଇଡି ଜେନେରେସନ, ବିଦ୍ୟାଳୟକୁ ଆସୁଥିବା ବିଭିନ୍ନ ଅନୁଦାନର ସୁବିନିଯୋଗ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଏଫ.ଏଲ.ଏନ. କୋଣର ପୁନଃ ସଜ୍ଜିକରଣ ଓ ସୌନ୍ଦର୍ଯ୍ୟକରଣ। କ୍ଲଷ୍ଟର ସ୍ତରୀୟ ଟି.ଏଲ.ଏମ. ପ୍ରଶିକ୍ଷଣ ଶିବିର ଓ ପ୍ରଦର୍ଶନୀ ଆୟୋଜନ କରିବା ପାଇଁ ପ୍ରଧାନ ଶିକ୍ଷକ ମେଘନାଦ ବାରିକ, ସହଦେବ ଭୁଏ, ସନ୍ତୋଷ ପୁଟୁଲିଆ ପ୍ରମୁଖ ମତବ୍ୟକ୍ତ କରିଥିବାବେଳେ ସି.ଆର.ସି.ସି. ଶ୍ରୀ ସାହୁ ଶୀଘ୍ର ଅନୁଷ୍ଠିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ପ୍ରଧାନ ଶିକ୍ଷକ ତପନ ବୁଡେକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.