ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁଟେକ କମ୍ପ୍ୟୁଟର ଏଡୁକେସନ ସେଣ୍ଟର୍ ଅଡିଟୋରିୟରେ “ପ୍ରଗତି” ମହିଳା ସଙ୍ଗଠନର ସଭାନେତ୍ରୀ କଳ୍ପନା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ନିକଟ ଅତୀତରେ ତନୁଜା ଶତପଥୀ ପୁରୀସ୍ଥିତ ସଂସ୍କୃତି ଭବନ ଠାରେ ସେ “ଇଣ୍ଡିଆନ ଗ୍ଲୋରୀ ଆବାର୍ଡ” ସାମାଜିକ ସେବା କର୍ମୀ ଏବଂ ନାରୀ ସଶକ୍ତିକରଣ ସକ୍ରିୟ ସମ୍ପାଦକ ଭାବେ ସେ ଏହି ଆୱାର୍ଡ଼ ପାଇଛନ୍ତି।
ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଜେ ଆଇ ଟି ଏମ୍ ର ଡେପୁଟି ଡାଇରେକ୍ଟର ଡ. ଦୁର୍ଗା ପ୍ରସାଦ ପାଢ଼ୀ , ମୁଖ୍ୟ ବକ୍ତା ଭାବେ ଅଧ୍ୟକ୍ଷ ମନୋଜ ପଟ୍ଟନାୟକ , ଅତିଥିଭାବେ ରାମଚନ୍ଦ୍ର ପାଢ଼ୀ , ଭାଗବତ ପାଢୀ , ମୁରଲୀ ପରିଚ୍ଛା , ଟୁକୁନା ପାଢ଼ୀ , ହରିମୋହନ ପଟ୍ଟନାୟକ , ଲୋକନାଥ ମିଶ୍ର , ଶରତ ପ୍ରଧାନ , ସ୍ନେହା ବେହେରା , ରାଜେଶ୍ଵରୀ ସ୍ୱାଇଁ ଯୋଗଦେଇ ନିଜର କଠୋର ସାଧନା ହିଁ ସିଦ୍ଧି ର ପରିଚୟ ତନୁଜା ଶତପଥୀ ଦେବା କଥା କହିଥିଲେ।
୭୦ରୁ ଉର୍ଦ୍ଧ୍ବ ନୂଆ ପିଢ଼ି ମହିଳା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ।
Sign in
Sign in
Recover your password.
A password will be e-mailed to you.