ପେପର ବ୍ୟାଲଟ ସିଷ୍ଟମ ପୁନଃ ପ୍ରଚଳନ ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ

5

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନରେ ପେପର ବାଲଟ୍ ବ୍ୟବସ୍ଥାପୁନଃ ପ୍ରଚଳନ ପାଇଁ ହୋଇଥିବା ଜନସ୍ବାର୍ଥ ମାମଲାକୁ ଆଜି ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି। ଆବେଦନକାରୀ ଡ. କୌଲ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ର ବିଶ୍ୱସନୀୟତାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏଥିରେ ତ୍ରୁଟି ରହୁଥିବା ଅଭିଯୋଗ କରିଥିଲେ।
ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ପି.ବି ଭାରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କ ଯୁକ୍ତିରେ କୌଣସି ସତ୍ୟତା ପାଇନାହାନ୍ତି। ଇଭିଏମର ବିଶ୍ୱସନୀୟତାକୁ ନେଇ ରାଜନୈତିକ ନେତାଙ୍କ ପରସ୍ପର ବିରୋଧୀ ଆଭିମୁଖ୍ୟ ଉପରେ ଗୁରୁତ୍ୱ ଆରୋପ କରି ଜଷ୍ଟିସ ନାଥ କହିଛନ୍ତି: କ’ଣ ହେବ, ନିର୍ବାଚନ ଜିତିଲେ ଇଭିଏମ୍ ରେ କୌଣସି ତ୍ରୁଟି ହୁଏ ନାହିଁ। ନିର୍ବାଚନ ହାରିଲେ ଇଭିଏମ୍ ରେ ତ୍ରୁଟି ହୋଇଥାଏ। ଚନ୍ଦ୍ରବାବୁ ନାଇଡୁ ପରାଜିତ ହେବା ପରେ ସେ କହିଥିଲେ ଯେ ଇଭିଏମ୍ ରେ ତ୍ରୁଟି ହୋଇପାରେ। ଏବେ ଏଥର ଜଗନ ମୋହନ ରେଡ୍ଡୀ ହାରିଗଲେ, ସେ କହିଛନ୍ତି ଯେ ଇଭିଏମ୍ ରେ ତ୍ରୁଟି ହୋଇପାରେ।
କୌଣସି ରାଜନୈତିକ ଦଳ ସମଗ୍ର ଇଭିଏମ୍ ବ୍ୟବସ୍ଥାକୁ ନେଇ ଯଥେଷ୍ଟ ଆପତ୍ତି ଉଠାଇ ନାହାନ୍ତି ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି।

 

Leave A Reply

Your email address will not be published.