ନୟାଗଡ଼ (ବିଶ୍ୱଜିତ ନାୟକ):- ଜାତୀୟ ଯୁବ ଉତ୍ସବ -୨୦୨୫ ପରିପ୍ରେକ୍ଷୀରେ ବିକଶିତ ଭାରତ ଯୁବ ନେତା ଆହ୍ୱାନ୍ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଏଥିରେ ଭାରତ ବର୍ଷର ୧୫ବର୍ଷ ରୁ ୨୯ବର୍ଷ ବୟସର ସମସ୍ତ ଯୁବନେତାମାନେ ସାମିଲ ହେବା ପାଇଁ ସମସ୍ତ ଯୁବବର୍ଗଙ୍କୁ ଜଣାଇ ଦିଆଯାଉଅଛି । ଏଥି ପାଇଁ ଭାରତ ସରକାରଙ୍କ ତରଫରୁ ଏକ ୱେବସାଇଟ୍ ନଭେମ୍ବର ୨୫ତାରିଖ ଠାରୁ ଡିସେମ୍ବର ୫ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗୀଙ୍କ ପଂଜିକରଣ ନିମନ୍ତେ ଖୋଲାରହିଛି । ଏହି ୱେବସାଇଟ୍ ହେଲା www.mybharat.gov.in ଯେଉଁଥିରେ କି ଇଚ୍ଛୁକ ଯୁବନେତା ପ୍ରତିଯୋଗୀମାନେ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀମାନେ ଜାନୁୟାରୀ ୧୧ ଏବଂ ୧୨ତାରିଖରେ ଦିଲ୍ଲୀର ଭାରତ ମଣ୍ଡପମ ଠାରେ ବିକଶିତ ଭାରତ ଯୁବ ନେତା ବିତର୍କରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମୁଖରେ ସେମାନଙ୍କର ବିଚାର ଉପସ୍ଥାପନ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ମିଶିବା ପାଇଁ ଯୁବ ପ୍ରତିଯୋଗୀଙ୍କ ନିମନ୍ତେ ଏହା ଏକ ସୂବର୍ଣ ସୁଯୋଗ ।
Sign in
Sign in
Recover your password.
A password will be e-mailed to you.