ଗଜପତି ଜିଲ୍ଲା ପ୍ରଶାସନ ଓ ଆଇ ଏସ୍ ଆର୍ ଡି “ସଖୀ” ୱାନ ଷ୍ଟପ ସେଣ୍ଟର ତରଫରୁ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ପାଳିତ

6

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ସୋମବାର) ଗଜପତି ଜିଲ୍ଲା ପ୍ରଶାସନ ଓ ଆଇ ଏସ୍ ଆର୍ ଡି “ସଖୀ” ୱାନ ଷ୍ଟପ ସେଣ୍ଟର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ “ସଖୀ” ୱାନ ଷ୍ଟପ କେନ୍ଦ୍ରର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ଏହି ଦିବସର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଶିବାନୀ ପାଣିଗ୍ରାହୀ ଜିଲ୍ଲା ସୋନଜୀଙ୍କ ସଂଯୋଜିକା ଓ ଏଲ୍ ଏମ୍ (ସ୍ଵୟଂ ପ୍ରକଳ୍ପ) ମହିଳା ମାନଙ୍କ ପ୍ରତି ଥିବା ଆଭିମୁଖ୍ୟ ବଦଳି ଲେ ଯାଇ ସମାଜର ଉନ୍ନତି ହୋଇପାରିବ ବୋଲି କହିିଥିଲେ ଏବଂ ମହିଳା ମାନଙ୍କ ପ୍ରତି ଘଟୁଥିବା ୪ ପ୍ରକାରର ହିଂସା ବିଷୟରେ ଅବଗତ କରାଇଥିଲେ।
ଏହି ଅବସରରେ ସମ୍ମାନିତ ଅତିଥି କିଶୋରୀ ନ୍ୟାୟ ପରିଷଦର ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଉପସ୍ଥିତ ସମସ୍ତଙ୍କୁ ମହିଳା ହିଂସା ଦୂରୀକରଣ କିପରି ରୋକାଯାଇ ପାରିବ ଏବଂ ସେଥିପାଇଁ ଆମର ଏହି ୧୬ ଦିନିଆ ଅଭିଯାନ ବିଷୟରେ ଅବଗତ କରାଇଥିଲେ। ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଉପସ୍ଥିତ ସମସ୍ତଙ୍କୁ ମହିଳା ଓ ବାଳିକା ମାନଙ୍କ ହିଂସା ଦୂରୀକରଣ କିପରି ରୋକାଯାଇ ପାରିବ ଏବଂ ସେଥିପାଇଁ ସମସ୍ତଙ୍କର ଚେଷ୍ଟା ରହିବା ଆବଶ୍ୟକ ସେହି ବିଷୟରେ ବୁଝାଇଥିଲେ।
ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ ଉପସ୍ଥିତ ସମସ୍ତଙ୍କୁ ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ବୁଝାଇବ ସହ ଆମେ ମହିଳାମାନେ ସଚେତନ ହେବା ସହ ବିଭିନ୍ନ ସ୍ତରରେ ସଚେତନତା କାର୍ଯକ୍ରମ କୁ ଯେତେ ଅଧିକ ମାତ୍ରାରେ କରାଇପାରିଲେ ଆମ ଜିଲ୍ଲାକୁ ଏକ ମହିଳା ହିଂସାମୁକ୍ତ ଏବଂ ସୁରକ୍ଷିତ ଜିଲ୍ଲା ଭାବରେ ଗଢିତୋଳିବା ଏହି ବିଷୟରେ ଆଲୋକପାତ କରାଇଥିଲେ।
ଅଙ୍ଗନବାଡି କର୍ମୀ , ଏସ୍ ଏଚ୍ ଜି ମହିଳା , ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା , ଆଇ ଏସ୍ ଆର୍ ଡ଼ି ୱାନ ଷ୍ଟପକେନ୍ଦ୍ରର ସମସ୍ତ କର୍ମଚାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯାଳୟର କର୍ମଚାରୀ , ସଖ୍ତିସାଦନ ର କର୍ମଚାରୀ , ଜିଲ୍ଲା ଶିଶୁ କଲ୍ୟାଣ ସମିତି ର ଅଧକ୍ଷ୍ୟ ଶ୍ରୀ ଅଶ୍ଵିନୀ କୁମାର ମହାପାତ୍ର , ଡ଼ିପିଏମ୍ ,ଓ ଏଲ୍ ଏମ୍ , ଶ୍ରୀଯୁକ୍ତ ତିମାନ ବୋରା , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ପିଓଏନଆଇସି ଶ୍ରୀମତୀ ଶ୍ରୀଦେବୀ ରଇତ , ଡିସଟ୍ରିକ୍ଟ ଚାଇଲ୍ଡ ହେଲ୍ପଲାଇନ ର ସଂଯୋଜିକା ଶ୍ରୀମତୀ ବୈଶାଳୀ ପଟ୍ଟନାୟକ , ସୁପେରଭିସର ଶ୍ରୀମତୀ ସଂଗୀତା ଜେନା ଏବଂ ଆଇ ଏସ୍ ଆର୍ ଡ଼ି ୱାନ ଷ୍ଟପ ସେଣ୍ଟରର
ସମମସ୍ତ କର୍ମଚାରୀଙ୍କୁ ନେଇ ଏହି ଦିବସର ଲକ୍ଷ ଓ ଉଦେଶ୍ୟ ବୁଝାଇବା ଉଦ୍ଦେଶ୍ୟରେ ଏକ ସ୍ଲୋଗାନ ମାଧ୍ୟମରେ ପଦଯାତ୍ରା ର ଆୟୋଜନ କରାଯାଇଥିଲା।
ଏହି ପଦଯାତ୍ରା କାର୍ଯକ୍ରମ ର ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ଗଜପତି ଶ୍ରୀମତୀ ମନୋରମା ଦେବୀ ଙ୍କ ଦ୍ଵାରା ସବୁଜ ପତାକା ଦେଖାଇ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ଉଦ୍ ଘାଟନ କରାଯାଇଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ୱାନ ଷ୍ଟପ କେନ୍ଦ୍ରର ମଞ୍ଜୁଳା ଚୌଧୁରୀ , ମଧୁସ୍ମିତା ପାଢୀ , ସୁନିତା ବେହେରା , ସ୍ଵାଗତିକା ଦାସ , ମୋନାଲିସା ବେହେରା , ଏନ ଉଷା , ନିରୂପମା ରାଉଳ , ଦିବ୍ୟ କୁମାର ସୁଆର , ହରିକୃଷ୍ଣ ଚୌଧୁରୀ , ଟି. ସୁରେଶ କୁମାର ତଥା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯକ୍ରମଟିକୁ ସାଫଲ୍ଯ କରିଥିଲେ।ପରିଶେଷରେ ଆଇ ଏସ୍ ଆର୍ ଡ଼ି “ସଖୀ” ୱାନ ଷ୍ଟପ ସେଣ୍ଟର ର ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ନାଗେଶ୍ଵର ଚୌଧୁରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.